ଲଣ୍ଡନ: ଟି-୨୦ ବିଶ୍ବକପ-୨୦୨୪ ଜୁନ୍ ୨ ରୁ ଆମେରିକା ଏବଂ ୱେଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ରେ ଆମେରିକା ଏବଂ କାନାଡା ମୁହାଁମୁହିଁ ହେବେ। ଏବେ କିଏ ଏହି ଟୁର୍ଣ୍ଣାମେଣ୍ଟର ବିଜେତା ହେବ ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏପରିସ୍ଥଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭୌନ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଏହି ଟୁର୍ଣ୍ଣାମେଣ୍ଟର ବିଜେତା ଭାରତ ,ପାକିସ୍ତାନ ଅବା ଇଂଲଣ୍ଡ ହେବ ନାହିଁ। ସେ କହିଛନ୍ତି ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ-୨୦୨୪ ର ବିଜେତା ହେବ।
ଅଷ୍ଟ୍ରେଲିଆ ୫୦ ଓଭର ଖେଳରେ ବିଶ୍ବ ଚାମ୍ପିୟନ ହୋଇସାରିଛି। ଦଳର ବ୍ୟାଟିi ଲାଇନ ଚମତ୍କାର ରହିଛି। ଟି-୨୦ ବିଶ୍ବକପ-୨୦୨୪ ବିଜେତା ହେବା ପାଇଁ ଯେଉଁ ସବୁ ଆବଶ୍ୟକତା ରହିଛି ତାହା ଅଷ୍ଟ୍ରେଲିଆ ପାଖରେ ରହିଛି ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆ ପାଖରେ ଟି-୨୦ ବିଶ୍ବକପ ଜିତିବାର କ୍ଷମତା ରହିଛି। ଦଳରେ ୱାର୍ନର, ମାର୍ଶ, ମାକ୍ସୱେଲ, ଇଂଗ୍ଲିସ୍, ଡେଭିଡ, ଶର୍ଟ ଏବଂ ୱେଡଙ୍କ ଭଳି ଭଲ ଖେଳାଳି ଅଛନ୍ତି। ଏଭଳି କହିବା ଠିକ୍ ନ ହେଲେ ମଧ୍ୟ ମୁଁ କହିବି ଯେ, କିଏ ଜିତିବ ଟି-୨୦ ବିଶ୍ବକପ-୨୦୨୪ ଜିତିବା ପାଇଁ ଅଷ୍ଟ୍ରେଲିଆ ହିଁ ଆଗରେ ରହିଛି। ଦଳରେ ବୋଲିଂ ଭାରିଏସନ ପ୍ରର୍ଯ୍ୟାପ୍ତ ରହିଛି। ଦଳରେ ପେସ୍ ଏବଂ ସ୍ପିନ୍ ର ଭଲ ବିକଳ୍ପ ରହିଛି।
ସୂଚନାଯୋଗ୍ୟ, ୨୦୨୧ ଟି-୨୦ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରିଥିଲା। ଅପରପକ୍ଷରେ ୨୦୨୨ରେ ନିଜ ଦେଶରେ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରି ନ ଥିଲା। ଦଳ ସେମିଫାଇନାଲ ମଧ୍ୟ ପହଞ୍ଚି ପାରି ନ ଥିଲା।