ଡବ୍ଲୁଏଚ୍‌ଓର ଚେତାବନୀ: ଚୀନ୍‌, ଇଟାଲି ପରେ ଆମେରିକା ପାଲଟିବ କରୋନାର କେନ୍ଦ୍ର

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଚୀନ୍‌ ଏବଂ ଇଟାଲି ପରେ ଏବେ କରୋନା ଭାଇରସ୍‌ର କେନ୍ଦ୍ର ପାଲଟିବାକୁ ଯାଉଛି ଆମେରିକା। ଏହି ବିଶାଳ ସଙ୍କଟର ମୁକାବିଲା ପାଇଁ ଯାହାକିଛି ଯୁଦ୍ଧସ୍ତରରେ କରାଯିବା ଆବଶ୍ୟକ ତାହା ହେବା ଜରୁରୀ ବୋଲି ଡବ୍ଲୁଏଚ୍‌ଓ ଚେତାଇ ଦେଇଛି। ଏବେ ଆମେରିକାର ୪୩ ପ୍ରତିଶତ ଲୋକଙ୍କୁ ଘରୁ ନା ବାହାରିବାକୁ କୁହାଯାଇଛି। ଆମେରିକାର ୧୬ଟି ରାଜ୍ୟରେ କରୋନା ଦ୍ରୁତ ଗତିରେ ବ୍ୟାପୁଛି ଏବଂ ନ୍ୟୁୟର୍କ ସ୍ଥିତି ମଧ୍ୟ ଜଟିଳ ରହିଛି। ଆମେରିକାରେ ଏବେ ଯେତିକି କରୋନା ମାମଲା ରହିଛି ସେଥିମଧ୍ୟରୁ ପ୍ରାୟ ୩ ହଜାର ମାମଲା ଉଦ୍‌ବେଗଜନକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର