ନୂଆଦିଲ୍ଲୀ: ପ୍ରତିଦିନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ନା କୌଣସି ସମାରୋହରେ ଯୋଗ ଦେଇ ଭାଷଣ ଦେଇଥାନ୍ତି। ତାଙ୍କର ପ୍ରତ୍ୟେକଟି ଭାଷଣ ପରସ୍ପରଠାରୁ ଅଲଗା ଥାଏ। ଜଣେ ରାଜନେତା ଭାବେ ତାଙ୍କର ଅନେକ ପ୍ରଶଂସକ ଥିବା ବେଳେ ସେ ଦେଉଥିବା ଭାଷଣର ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ତେବେ ଅନେକ ସମୟରେ ପ୍ରଶ୍ନ ଆସେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାଷଣ କିଏ ଲେଖେ। ଏତେ ବ୍ୟସ୍ତତା ମଧ୍ୟରେ ସେ ନିିଜେ ନିଜ ପାଇଁ ଭାଷଣ ଲେଖନ୍ତିି ନା କାହାକୁ ଏହି କାମ ପାଇଁ ରଖିଛନ୍ତି। ଏନେଇ ଏକ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରେ ଏକ ସୂଚନା ଅଧିକାର ଆଇନ (ଆରଟିଆଇ) ଆବେଦନ କରାଯାଇଥିଲା।
ଆରଟିଆଇରେ ଭାଷଣ ଲେଖୁଥିବା ଲୋକର ନାମ ଏବଂ ଏହିି କାମରେ ସାମିଲ ଥିବା ଲୋକଙ୍କ ସଂଖ୍ୟା ବିଷୟରେ ପଚରାଯାଇଥିଲା। ଆରଟିଆଇ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପ୍ରସ୍ତୁତି ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରିନଥିବା ଜଣାପଡ଼ିଛି । ଏଥିରେ କୁହାଯାଇଛି ଯେ ବିଭିନ୍ନ ଉତ୍ସରୁ ଇନପୁଟ୍ ଗ୍ରହଣ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଚୂଡ଼ାନ୍ତ ରୂପ ଦେଇଥାନ୍ତି।
indiatodayସମାରୋହର ବିଷୟ ଉପରେ ନିର୍ଭର କରି ବିଭିନ୍ନ ବ୍ୟକ୍ତିବିଶେଷ, ଅଧିକାରୀ, ବିଭାଗ, ସଂସ୍ଥା, ସଂଗଠନ ଇତ୍ୟାଦି ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ଇନପୁଟ୍ ପ୍ରଦାନ କରନ୍ତି ଏବଂ ଭାଷଣକୁ ନିଜେ ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ ରୂପ ଦେଇଥାନ୍ତି। ଜବାହରଲାଲ ନେହେରୁଙ୍କଠାରୁ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ଭାଷଣ ପାର୍ଟି ୟୁନିଟ୍, ମନ୍ତ୍ରାଳୟ, ବିଷୟ ବିଶେଷଜ୍ଞ ଏବଂ ତାଙ୍କ ବ୍ୟକ୍ତିଗତ ଦଳ ଭଳି ବିଭିନ୍ନ ଉତ୍ସରୁ ଇନପୁଟ୍ ଅଣାଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/t-9.jpg)