‘କୋଭାକ୍ସିନ୍‌’କୁ ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ମିଳିବା ବିଳମ୍ବ ହେବ, ଆହୁରି ଅଧିକ ତଥ୍ୟ ମାଗିଲା ‘ହୁ’

ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ଔଷଧ କମ୍ପାନି ‘ଭାରତ ବାୟୋଟେକ୍‌’ ଉତ୍ପାଦିତ କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ର ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ଅନୁମୋଦନ’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ଆହୁରି ବିଳମ୍ବ କରିଛି। ସୂଚନା ଅନୁଯାୟୀ, ହୁ ଏହାର ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ପ୍ରଶ୍ନର ଉତ୍ତର ମାଗିଛି। ଏହା ଭାରତୀୟଙ୍କ ଉପରେ, ବିଶେଷକରି ଛାତ୍ରଛାତ୍ରୀମାନଙ୍କ ଉପରେ ଏବଂ ଲୋକଙ୍କ ଆନ୍ତର୍ଜାତୀୟ ଭ୍ରମଣ ଯୋଜନା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।

ଏକ ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ବିନା କୋଭାକ୍ସିନ୍ ବିଶ୍ବର ଅଧିକାଂଶ ଦେଶ ଦ୍ୱାରା ଗ୍ରହଣୀୟ ଟିକା ଭାବରେ ବିବେଚନା କରାଯିବ ନାହିଁ। ଭାରତ ବାୟୋଟେକ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ନେଇ ଦାବି କରିିବା ପରେ ବି ‘ହୁ’ ପୁଣି ଥରେ ପ୍ରଶ୍ନ ପଚାରିଛି।

ସୂଚନାଯୋଗ୍ୟ, ଏଯାବତ୍‌ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’, ‘ଆଷ୍ଟ୍ରାଜେନିକା’, ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’, ‘ମଡର୍ଣ୍ଣା’ ଏବଂ ‘ସାଇନୋଫାର୍ମ’ ନିର୍ମିତ କୋଭିଡ୍-୧୯ ନିରୋଧୀ ଟିକାଗୁଡ଼ିକୁ ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି’ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର