ନୂଆଦିଲ୍ଲୀ : ଆଜି ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେବା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଜଷ୍ଟିସ ଆଫତାବ ଆଲମଙ୍କ ବିଷୟରେ କହିଥିଲେ । ସେ କହିଥିଲେ ଯେ 'ସାଧାରଣତଃ ଜାମିନ ଆବେଦନ ୧୧ ଦିନ ମଧ୍ୟରେ ସମାଧାନ ହୋଇଥାଏ, କିନ୍ତୁ ଜଷ୍ଟିସ୍ ଆଫତାବ ଆଲମଙ୍କ କୃପା ଯୋଗୁଁ ମୋର ଜାମିନ ଆବେଦନ ଦୁଇ ବର୍ଷ ଧରି ପଡ଼ି ରହିଥିଲା।' ତାଙ୍କର ବୟାନ ପରେ, ସାରା ଦେଶରେ ଏବେ ଜଷ୍ଟିସ ଆଲମଙ୍କୁ ନେଇ ଉତ୍ସୁକତା ପ୍ରକାଶ ପାଇଛି ।
ଜଷ୍ଟିସ୍ ଆଲମଙ୍କର ଜନ୍ମ ୧୯୪୮ ମସିହାରେ ବିହାରର ପାଟନାରେ ହୋଇଥିଲା । ସେ ୨୭ ଜୁଲାଇ ୧୯୯୦ରେ ପାଟନା ହାଇକୋର୍ଟର ବିଚାରପତି ହେଲେ ଓ ପରେ ତାଙ୍କୁ ଜମ୍ମୁ ଓ କଶ୍ମୀର ହାଇକୋର୍ଟ ପଠାଯାଇଥିଲା । ସେ ୧୧ ନଭେମ୍ବର ୨୦୦୭ରେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ବହୁଚର୍ଚ୍ଚିତ ସୋହରାବୁଦ୍ଦିନ ଏନକାଉଣ୍ଟର ମାମଲା ଏବଂ ଅମିତ ଶାହଙ୍କ ଜାମିନ ଉପରେ ଶୁଣାଣି ମାମଲା ଚର୍ଚ୍ଚାର କାରଣ ହୋଇଥିଲା ।
ସାହାବୁଦ୍ଦିନ ଏନକାଉଣ୍ଟର ମାମଲାରେ ୨୦୧୦ରେ ଅମିତ ଶାହାଙ୍କୁ ଗିରଫ କରାଯାଇଥିଲା। ସେ ଗୁଜରାଟର ଗୃହମନ୍ତ୍ରୀ ଥିବାବେଳେ ଏହି ଏହି ଏନକାଉଣ୍ଟର ଲାଗି ଷଡଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଗିରଫ ହେବା ପୂର୍ବରୁ ଶାହ ଇସ୍ତଫା ଦେଇଥିଲେ। ଗିରଫ ହେବାର ୩ ମାସ ପରେ ତାଙ୍କୁ ଜାମିନ ମିଳିଥିଲା । ତେବେ ତାଙ୍କୁ ୨୦୧୨ ପର୍ଯ୍ୟନ୍ତ ଗୁଜରାଟ ବାହାରେ ରହିବାକୁ କୁହାଯାଇଥିଲା ।
ସୂଚନାଯୋଗ୍ୟ ଯେ ସାହାବୁଦ୍ଦିନ ଏନକାଉଣ୍ଟର ମାମଲାରେ ୨୦୧୦ରେ ଅମିତ ଶାହାଙ୍କୁ ଗିରଫ କରାଯାଇଥିଲା । ସେ ଗୁଜରାଟର ଗୃହମନ୍ତ୍ରୀ ଥିବାବେଳେ ଏହି ଏହି ଏନକାଉଣ୍ଟର ଲାଗି ଷଡଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଗିରଫ ହେବା ପୂର୍ବରୁ ଶାହ ଇସ୍ତଫା ଦେଇଥିଲେ । ଗିରଫ ହେବାର ୩ ମାସ ପରେ ତାଙ୍କୁ ଜାମିନ ମିଳିଥିଲା । ତେବେ ତାଙ୍କୁ ୨୦୧୨ ପର୍ଯ୍ୟନ୍ତ ଗୁଜରାଟ ବାହାରେ ରହିବାକୁ କୁହାଯାଇଥିଲା ।
ତେବେ ଏ ସଂପର୍କରେ ଶାହ କହିଛନ୍ତି ଯେ ଜାମିନର ଶୁଣାଣି ପର୍ଯ୍ୟନ୍ତ ଗୁଜରାଟ ବାହାରେ ରହିବାକୁ ଖୋଦ ତାଙ୍କ ଓକିଲ ବିଚାରପତିଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସାଧାରଣତଃ ଜାମିନ ଉପରେ ନିଷ୍ପତ୍ତି ୧୧ ଦିନରୁ କମ ସମୟରେ ହେଉଥିବାବେଳେ ତାଙ୍କ ଜାମିନ ଆବେଦନର ରାୟ ୨ ବର୍ଷ ପରେ ଆସିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/25/shah-2025-08-25-21-55-17.jpg)