ୟୁକ୍ରେନ୍‌ ପରେ କାହା ପାଳି? ରୁଷ୍‌ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଲିଥୁଆନିଆ

ମ‌ସ୍କୋ: ନାଟୋ ସାମରିକ ମେଣ୍ଟର ସଦସ୍ୟ ହେବାକୁ ଚାହୁଥିବା ୟୁକ୍ରେନ୍‌ ଉପରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍‌ ପରେ ରୁଷ୍‌ ଲିଥୁଆନିଆକୁ ଟାର୍ଗେଟ୍‌ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉଭୟ ଲିଥୁଆନିଆ ଏବଂ ରୁଷ୍‌ ସୋଭିଏତ୍ ସଂଘରେ ଥିଲେ। ଲିଥୁଆନିଆ ସ୍ବାଧୀନତା ହାସଲ କରିବା ପରେ ୨୦୦୪ରେ ନାଟୋରେ ଯୋଗ ଦେଇଥିଲା। ନିକଟ ଅତୀତରେ ରୁଷ୍‌ ସହ ଏହାର ତିକ୍ତତା ବଢ଼ିଥିବା ବେଳେ ନାଟୋର ସୈନ୍ୟ ଓ କ୍ଷେପଣାସ୍ତ୍ର ଲିଥୁଆନିଆରେ ମୁତୟନ ହୋଇଥିବାରୁ ରୁଷ୍‌ ୟୁକ୍ରେନ୍‌ ପରେ ଲିଥୁଆନିଆକୁ ବି ଛାରଖାର କରିଦେଇପାରେ ବୋଲି ବରିଷ୍ଠ କୂଟନୀତିଜ୍ଞ ଓ ସାମରିକ ବି‌ଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ପରିସ୍ଥିତିକୁ ଦେଖି ଲିଥୁଆନିଆ ସମ୍ଭାବ୍ୟ ରୁଷ୍‌ ଆକ୍ରମଣର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଲିଥୁଆନିଆ ସାଂସଦ ରିନାସ୍ କାସିୟୁନାସ୍ କହିଛନ୍ତି ରୁଷ୍‌ର ଆକ୍ରମଣକୁ ରୋକିବା ପାଇଁ ବ୍ୟାପକ ସାମରିକ ପ୍ରସ୍ତୁତି ଆରମ୍ଭ ହୋଇଛି । ନାଟୋ ଆମ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ଏଠାରେ ଅଧିକ ସାମରିକ ଘାଟି ପ୍ରସ୍ତୁତ ରଖିବାକୁ ହେବ ବୋଲି ସେ କହିଛନ୍ତି। ଭିଲନିୟସ୍ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରପେଓଲ ଟୋମାସ୍ ଜାନେଲିନାସ୍ କହିଛନ୍ତି, ଏବେ ରୁଷ୍‌ର ଆକ୍ରମଣରୁ ରକ୍ଷା ପାଇଁ ସମୟ ଅଛି କିନ୍ତୁ ସମୟ ନଷ୍ଟ କଲେ ସବୁକିଛି ବରବାଦ ହୋଇଯିବ।

ସମ୍ବନ୍ଧିତ ଖବର