ପୂର୍ବ ଦିଲ୍ଲୀରୁ ମିଳିଥିବା କଟାମୁଣ୍ଡ କାହାର!

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀର ଦକ୍ଷିଣ ଜିଲ୍ଲା ପୁଲିସ ଆଜି ପୂର୍ବ ଜିଲ୍ଲା ପୁଲିସ ସହ ଯୋଗାଯୋଗ କରିଛି। ସୂଚନାନୁଯାୟୀ, ଅଫତାବ ମେ’ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା। ତେବେ ପୂର୍ବ ଦିଲ୍ଲୀ ପୁଲିସ ଜୁନ୍‌ ମାସରେ ପାଣ୍ଡବ ନଗର ଥାନା ଅଧୀନସ୍ଥ ତ୍ରିଲୋକପୁରୀ ଅଞ୍ଚଳରେ ଏକ କଟାମୁଣ୍ଡ ଏବଂ ଏକ କଟା ହାତ ପାଇଥିଲା। ପୁଲିସ ଏହି କଟାମୁଣ୍ଡ ଏବଂ କଟା ହାତ କାହାର ଜାଣି ପାରିନି। କାରଣ ଏହା ଅତି ମାତ୍ରାରେ ନ‌ଷ୍ଟ ହୋଇଯାଇଥିଲା। ଅନ୍ୟପକ୍ଷେ ଶ୍ରଦ୍ଧାଙ୍କ ମୁଣ୍ଡ ମିଳୁନଥିବାରୁ ସେଥିପାଇଁ ଦକ୍ଷିଣ ଦିଲ୍ଲୀ ପୁଲିସ ପୂର୍ବ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିଛି।

ଛତ୍ରପୁର ଜଙ୍ଗଲରୁ ମିଳିଥିବା ଶରୀରର କଟା ଖଣ୍ଡ ଏବଂ ହାଡ଼ ଓ ଏହି କଟାମୁଣ୍ଡର ଡିଏନ୍‌ଏ ଟେଷ୍ଟ୍‌ କରିବାପାଇଁ ପୁଲିସ ପ୍ରୟାସ ଆରମ୍ଭ କରିଛି। ଏଥିରୁ ଜଣାପଡ଼ିଯିବ ‌ଏହା ଶ୍ରଦ୍ଧାଙ୍କ ମୁଣ୍ଡ କି ଅନ୍ୟ କାହାର। ତେବେ ଅଫତାବ କୌଣସି ରକ୍ତଦାଗ ନରଖିବାପାଇଁ କେମିକାଲ ବ୍ୟବହାର କରିଥିଲା। ପୁଲିସ ଅନୁଯାୟୀ ଅଫତାବ ହତ୍ୟା କରିଥିଲେ ବି ସେ ଶାନ୍ତିରେ ଶୋଉଛି। ପୁଲିସ ଷ୍ଟେସନ୍‌ରେ ଲକଅପ୍‌ରେ ରହି ମଧ୍ୟ ସେ ଆରାମରେ ଶୋଉଛି। ମାମଲାର ତଦନ୍ତ କରୁଥିବା ପୁଲିସ ଅଫିସର ଅଫତାବ ସହ ହିନ୍ଦୀରେ କଥା ହେବା ସମୟରେ ସେ ଇଂରାଜିରେ କଥା ହେଉଛି।

ସମ୍ବନ୍ଧିତ ଖବର