ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ପରିବହନ ସେବା ଯୋଗାଉଥିବା ଏକ ଏଏନ୍-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଗତ ୩ ତାରିଖରୁ ନିଖୋଜ ହେବା ଘଟଣା ସଂପ୍ରତି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରିପ୍ରେକ୍ଷୀରେ ବାୟୁସେନାର ଏହି ଏଏନ୍-୩୨ ବିମାନକୁ କେନ୍ଦ୍ର କରି ଅନେକ ତଥ୍ୟ ଏବେ ସାମନାକୁ ଆସିଛି।
ହସ୍ତଗତ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବାୟୁସେନା ଏଏନ୍-୩୨ ବିମାନକୁ ନିଜର ଏକ ‘ଅତ୍ୟନ୍ତ ବିଶ୍ୱସ୍ତ’ ଓ ‘ଅତ୍ୟନ୍ତ ନିର୍ଭରଯୋଗ୍ୟ’ ବିମାନ ରୂପେ ବିବେଚନା କରିଥାଏ। ଏପରିକି ନିଜର କାର୍ଯ୍ୟଦକ୍ଷତା ପାଇଁ ବାୟୁସେନା ଏହକୁ ‘ଓ୍ଵାର୍କହର୍ସ’ ନାମରେ ସୁଦ୍ଧା ନାମିତ କରିଛି ବାୟୁସେନା।
Difence Archivesଭାରତୀୟ ବାୟୁସେନାରେ ପରିବହନ ସେବା ଯୋଗାଇବା ଲକ୍ଷ୍ୟରେ ବିଗତ ୧୯୮୪ରେ ଋଷିଆର ବିମାନ ନିର୍ମାଣ କମ୍ପାନି ଆଣ୍ଟୋନୋଭ୍ ଠାରୁ ଏହି ଏଏନ୍-୩୨ ବିମାନ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବା ସହ ୧୦୦ରୁ ଅଧିକ ବିମାନ କିଣାଯାଇଥିଲା। ସେବେଠାରୁ ବିଗତ ଚାରି ଦଶନ୍ଧି ହେଲାଣି ଭାରତୀୟ ବାୟୁସେନାରେ ଏଏନ୍-୩୨ କାର୍ଯ୍ୟରତ ଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପରିବହନ ସେବା ପାଇଁ ବାୟୁସେନାର ସମସ୍ତ ଆବଶ୍ୟକୀୟ ମାନଦଣ୍ଡ ଏଥିରେ ମହଜୁଦ୍ ଅଛି।
ତେବେ, ଏହି ବିମାନର ସବୁଠାରୁ ବଡ଼ ଦୋଷ ହେଲା ଏହା ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ। ବାୟୁସେନାରେ ସାମିଲ ହେବାପରେ ବିଗତ ଚାରି ଦଶନ୍ଧି ମଧ୍ୟରେ ୧୮ଟି ଏଏନ୍-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ଚାଲି ଯାଇଥିଲେ ବି ବାୟୁସେନା ଏହି ବିମାନକୁ ସେବା ନିବୃତ୍ତ କରିପାରୁ ନାହିଁ। କାରଣ. ଏଏନ-୩୨ ବାୟୁସେନା ପାଇଁ ଏବେ ବି ସଂପୂର୍ଣ୍ଣ ଅପରିହାର୍ଯ୍ୟ ହୋଇ ରହିଛି। ବିଶେଷ କରି ଦେଶର ପୂର୍ବାଞ୍ଚଳ, ହିମାଳୟ ଉପତ୍ୟକାର ସିଆଚେନ୍, ଲେହେ ଓ ଲାଦାଖ ଅଞ୍ଚଳରେ ମୁତୟନ ଥିବା ସମସ୍ତ ଯବାନଙ୍କୁ ଖାଦ୍ୟ ଠାରୁ ଆରମ୍ଭ କରି ଯାବତୀୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଥାଏ ଏହି ବିମାନ। ଏଥିସହ ଯବାନମାନଙ୍କୁ ନେଇ ମଧ୍ୟ ସେମାନଙ୍କ ଘାଟୀରେ ପହଞ୍ଚାଇଥାଏ।
Difence Archivesସାଢ଼େ ଚାରିଟନ୍ ଓଜନର ସାମଗ୍ରୀ ପରିବହନ କରି ଏଏନ୍-୩୨ ବିମାନ ୩୧.୧୬୫ ଫୁଟ ଉଚ୍ଚତାରେ ଘଣ୍ଟାପ୍ରତି ୩୩୦ ମାଇଲ ବେଗରେ ଉଡ଼ିବା ସହ ଥରେ ଜାଳେଣି ଭରିଲେ ୧,୫୫୫ ମାଇଲ ଯାତ୍ରା କରିପରିପାରେ। ପୁଣି ଏହି ବିମାନର ଉଡ଼ାଣ ଓ ଅବତରଣ ପାଇଁ ଲମ୍ବା ରନ୍େଓ୍ଵର ମଧ୍ୟ ଆବଶ୍ୟକତା ପଡ଼େ ନାହିଁ।
୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/An32.jpg)