ଐଶ୍ବର୍ଯ୍ୟା, ଆରାଧ୍ୟାଙ୍କ ରିପୋର୍ଟ ପ୍ରଥମେ ନେଗେଟିଭ ଆସିଲା କାହିଁକି ?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ବର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ଗତକାଲି କୋଭିଡ-୧୯ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ ଥିଲା । ମାତ୍ର ଆଜି ଚୂଡ଼ାନ୍ତ ରିପୋର୍ଟ ଆସିଲା ବେଳକୁ ତାହା ପଜିଟିଭ ଜଣାପଡ଼ିଛି। ବିଏମ୍‌ସି ଅନୁଯାୟୀ, ଗତ ଶନିବାର ଦିନ ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ସ୍ବାବ୍‌ ନମୁନାର ଆର୍‌ଟି ପିସିଆର୍‌ ରିପୋର୍ଟରେ ନେଗେଟିଭ ଆସିଥିଲା। କିନ୍ତୁ ପରେ ରୢାପିଡ ଆଣ୍ଟିଜେନ୍‌ ଟେଷ୍ଟ ପରେ ଏହା ପଜିଟିଭ ଆସିଲା। ପ୍ରୋଟୋକଲ ଅନୁସାରେ, ଆର୍‌ଟି ପିସିଆର୍‌ ଟେଷ୍ଟ ପରେ ରୢାପିଡ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ ବୋଲି ମୁମ୍ବାଇ ମେୟର କିଶୋରୀ ପେଡେଙ୍କାର କହିଛନ୍ତି।

ସମ୍ବନ୍ଧିତ ଖବର