ବିଜେପିକୁ ସମାଲୋଚନା କଲା ଶିବସେନା: ବିଦେଶୀ ପ୍ରତିନିଧି ଦଳଙ୍କୁ କଶ୍ମୀର ଆସିବାକୁ ଅନୁମତି ମିଳିଲା କାହିଁକି

ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ସରକାର ଗଠନ ନିମନ୍ତେ ଟଣାଓଟରା ଚାଲିଥିବା ବେଳେ ଶିବସେନା କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ ସମାଲୋଚନା କରି କହିଛି କି, ଇଉରୋପିଆନ୍‌ ୟୁନିୟନ୍‌ର ସାଂସଦମାନଙ୍କୁ କାହିଁକି କଶ୍ମୀର ପରିଦର୍ଶନ କରିବାକୁ ଅନୁମତି ମିଳିଲା।

ଶିବସେନାର ମୁଖପତ୍ର ସାମ୍‌ନା ପ୍ରଶ୍ନ ଉଠାଇଛି ଯେ କଶ୍ମୀର ଭାରତର ଅଭ୍ୟନ୍ତରୀଣ ବ୍ୟାପାର ହୋଇଥିବା ବେଳେ ୨୩ ଜଣ ୟୁରୋପିଆନ୍‌ ୟୁନିୟନ୍‌ ସାଂସଦଙ୍କୁ କାହିଁକି କଶ୍ମୀରକୁ ଛଡ଼ାଗଲା।

Image Source: Hindustan

ସେନା ପଚାରିଛି: ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ୨୮ ସଦସ୍ୟବିଶିଷ୍ଟ ଇଉରୋପୀୟ ପ୍ରତିନିଧି ଦଳ କଶ୍ମୀରରେ ଅଛନ୍ତି। କଶ୍ମୀର ଆମ ଦେଶର ଅଭ୍ୟନ୍ତରୀଣ ସମସ୍ୟା। କଶ୍ମୀରରେ ଜାତୀୟ ପତାକା ଉତ୍ତୋଳିତ ହୋଇଥିବାରୁ ଆମେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ପ୍ରତି ଗର୍ବ ଅନୁଭବ କରୁଛୁ। ଯଦି କଶ୍ମୀରରେ ସବୁ ଠିକ୍‌ଠାକ୍‌ ଅଛି, ବାହାରର ପ୍ରତିନିଧି ଦଳଙ୍କୁ କାହିଁକି ପଠାଗଲା? କଶ୍ମୀର ଆମର ଅଭ୍ୟନ୍ତରୀଣ ମାମଲା ନୁହେଁ କି?
ସମ୍ପାଦକୀୟରେ ସାମ୍‌ନା କହିଛି: ତୁମେ ଜାତିସଂଘର ହସ୍ତକ୍ଷେପ ଚାହୁଁ ନାହଁ, କିନ୍ତୁ କଶ୍ମୀରକୁ ବିଦେଶୀ ପ୍ରତିନିଧି ଦଳ ପଠାଉଛ। ବିଦେଶୀ ଲୋକ ଆସି କଶ୍ମୀର ପରିଦର୍ଶନ କରିବା ସ୍ୱାଧୀନତା ଉପରେ ଆକ୍ରମଣ ଏବଂ ସାଙ୍ଘାତିକ ପ୍ରଶ୍ନ ଉଠାଉଛି।

ଭାରତୀୟ ସାଂସଦମାନଙ୍କୁ ଅନୁମତି ମିଳୁ ନ ଥିବା ବେଳେ ବିଦେଶୀ ପ୍ରତିନିଧିମାନଙ୍କୁ କିପରି ଅନୁମତି ମିଳିଲା ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍ତର ଦେବା ଉଚିତ।

ସମ୍ବନ୍ଧିତ ଖବର