୨୫, ୦୦୦ କୋଟି ଟଙ୍କାର ବିମାନ ପଡ଼ି ରହିଛି କାହିଁକି? ଏୟାର୍‌ ଇଣ୍ଡିଆର ଦୁଃସ୍ଥ ଅବସ୍ଥା ପ୍ରତି ପାଇଲଟ୍‌ ଆସୋସିଏସନ୍‌ର ପ୍ରଶ୍ନ

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ବିମାନଗୁଡ଼ିକୁ ମରାମତି କରାଯାଉ ନାହିଁ ବୋଲି ଚିନ୍ତା ପ୍ରକଟ କରି ଭାରତୀୟ କମର୍ସିଆଲ୍‌ ପାଇଲଟ୍‌ ଆସୋସିଏସନ୍‌ (ଆଇସିପିଏ) କର୍ତ୍ତୃପକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ପାଇଲଟ୍‌ ଆସୋସିଏସନ୍‌ ଲେଖିଛି ଯେ ସ୍ପେୟାର୍‌ ପାର୍ଟ ଅଭାବରୁ ଏୟାର୍‌ବସ୍‌ ଏ୩ ୨୧ର ୪୦% ବିମାନ ବିଭିନ୍ନ ଷ୍ଟେସନ୍‌ରେ ପଡ଼ିରହିଛି।

ଏ ୩୧୯ ବିମାନ ଏୟାର୍‌ଲାଇନ୍‌ସ୍‌ର ଓ୍ଵାର୍କହର୍ସ ଏବଂ ଏଥିରେ ସର୍ବାଧିକ ଘରୋଇ ଯାତ୍ରୀ ପରିବହନ କରିବାର କ୍ଷମତା ରହିଛି। ଏ ଭଳି ବିମାନକୁ ପକାଇ ରଖିବା ଅପରାଧ ସଦୃଶ। ଏହାଦ୍ୱାରା ଦୈନିକ ବହୁ ରାଜସ୍ୱ କ୍ଷତି ହେଉଛି। ଏ ୩୧୯ ବିମାନର ୨୨ଟି ଏୟାର୍‌ବସ୍‌ରୁ ୪ଟି ଚଳାଚଳ କରୁନାହିଁ।

ବୋଇଙ୍ଗ୍‌ ୭୭୭ ବିମାନର ପରିସ୍ଥିତି କଥା ମଧ୍ୟ ପାଇଲଟ୍‌ ଆସୋସିଏସନ୍‌ ଉଲ୍ଲେଖ କରି କହିଛି କି, ୧୫ଟି ୭୭୭-୩୦୦ ବିମାନର ୫ଟି ଅଚଳ।

ଚିଠିରେ ଅଭିଯୋଗ କରାଯାଇଛି ଯେ ସ୍ପେୟାର୍‌ ପାର୍ଟ ଅଭାବରୁ ପ୍ରାୟ ୨୩% ଏୟାର୍‌ ଇଣ୍ଡିଆ ବିମାନ ପଡ଼ିରହିଛି। ଅର୍ଥାତ୍‌ ପ୍ରାୟ ୨୫୦୦୦ କୋଟି ଟଙ୍କା ଅକାମି ହୋଇ ପଡ଼ି ରହିଛି।

ଏଥିପାଇଁ ଆସୋସିଏସନ୍‌ ମ୍ୟାନେଜ୍‌ମେଣ୍ଟ୍‌କୁ ଦାୟୀ କରିଛି।

ସମ୍ବନ୍ଧିତ ଖବର