କାବୁଲ: ଭୂମିକମ୍ପ ବାରମ୍ବାର ଆସି ଆଫଗାନିସ୍ତାନକୁ ଧ୍ବସ୍ତବିଧ୍ବସ୍ତ କରୁଥିବାବେଳେ ଅନେକ ଜୀବନ ହାନି ହେଉଛି। ଆଫିଗାନିସ୍ତାନର ଅବସ୍ଥିତି ସବୁଠୁ ଅଧିକ ଭୂକମ୍ପ ପ୍ରବଣ ଅଞ୍ଚଳରେ ମଧ୍ୟରେ ରହିଛି। ଭାରତୀୟ ଏବଂ ୟୁରେସିଆନ୍ ପ୍ଲେଟ୍ ମିଶିଥିବା ଅନେକ ଫଲ୍ଟ ଲାଇନ ଉପରେ ଏହା ଥିବାରୁ ଟେକ୍ଟୋନିକ ପ୍ଲେଟରେ ହଠାତ୍ କୌଣସି ଗତିବିଧି ହେଲେ ଫଲ୍ଟ ଲାଇନ ସୃଷ୍ଟି ହୋଇଥାଏ।
ଆଫଗାନିସ୍ତାନରେ ଅଗଭୀର ଭୂମିକମ୍ପ ଅଧିକ ଘଟିଥାଏ।
ଅନ୍ୟପକ୍ଷରେ ହିନ୍ଦୁକୁଶ ପର୍ବତମାଳା ଉଭୟ ଗଭୀର ଏବଂ ଅଗଭୀର ଭୂମିକମ୍ପର ଉତ୍ପତ୍ତି ସ୍ଥଳ ହୋଇଥାଏ। ଉତ୍ତର ଆଫଗାନିସ୍ତାନର ପାମିର-ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପର ଗଭୀରତା ୨୦୦ କିମି ପର୍ଯ୍ୟନ୍ତ ରହିଥାଏ। ଅନ୍ୟପକ୍ଷରେ ସୁଲେଇମାନ ରେଞ୍ଜ (ପଶ୍ଚିମ ପାକିସ୍ତାନ ଏବଂ ଦକ୍ଷିଣପୂର୍ବ ଆଫଗାନିସ୍ତାନ)ରେ ଏବଂ ମୁଖ୍ୟ ପାମିର ଅଞ୍ଚଳରେ ଅଗଭୀର ଭୂମିକମ୍ପ ଆସି ବ୍ୟାପକ କ୍ଷକ୍ଷୟତି କରିଥାଏ। ୨୦୨୨ ଏବଂ ୨୦୨୩ରେ ହେରାତ ଏବଂ ପାକ୍ଟିକା ପ୍ରଦେଶରେ ଭୂମିକମ୍ପ ଆସି ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହିପରି ଭୂମିକମ୍ପ ସମୟରେ ସୃଷ୍ଟି ହେଉଥିବା ତରଙ୍ଗ ଭୂପୃଷ୍ଠରେ ଅଧିକ ଗଭୀରତାକୁ ଯାଇପାରି ନଥାଏ ତେଣୁ ଅଧିକ ଶକ୍ତିଶାଳୀ ହେବା ସହିତ କ୍ଷୟକ୍ଷତି ଘଟାଇଥାଏ। ଭୂମିକମ୍ପ ପରେ ଭୂସ୍ଖଳନ ଘଟି ପାହାଡ଼ିଆ ଅଞ୍ଚଳରେ ଘରଗୁଡ଼ିକୁ ମାଟିରେ ମିଶେଇ ଦେଉଥିବାବେଳେ ନଦୀରେ ବନ୍ୟା ଆସିଥାଏ। ଅଗଭୀର ଭୂମିକମ୍ପ ସାଧାରଣତଃ ୦ରୁ ୭୦ କିମି ପର୍ଯ୍ୟନ୍ତ ଗଭୀରେ ହୋଇଥାଏ। ମଧ୍ୟମ ଭୂମିକମ୍ପ ୭୦ରୁ ୩୦୦ କିମି ତଳେ ଏବଂ ଗଭୀର ଭୂମିକମ୍ପ ୩୦୦ରୁ ୭୦୦ କିମି ଭିତରେ ହୋଇଥାଏ।