ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ସ୍ତ୍ରୀ ସୁନୀତା କ୍ରେଜିୱାଲ ମୁହଁ ଖୋଲିଛନ୍ତି। ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଜେରା ପରେ ସୁନୀତା କେଜ୍ରିୱାଲ ସକ୍ରିୟ ହୋଇ ଉଠିଛନ୍ତି। ସେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଲ୍ଲୀବାସୀଙ୍କ ସହିତ ଆଲୋଚନା କରୁଛନ୍ତି।
ଦିଲ୍ଲୀ ରାମଲିଲା ପଡ଼ିଆରେ ଆୟୋଜିତ ହୋଇଥିବା ରାଲିରେ ସାମିଲ ହୋଇ ସୁନୀତା ସୋନିଆ ଗାନ୍ଧିଙ୍କ ପାଖରେ ବସି କଥା ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ସେ ମଞ୍ଚ ଉପରେ ବସି କ୍ରେଜିୱାଲଙ୍କ ମେସେଜ ବି ପଢ଼ୁଥିବା କୁହାଯାଉଛି।
ସୁନୀତା ସ୍ବାମୀ ଜେଲ ଯିବା ଘଟଣାକୁ ନେଇ କହିଛନ୍ତି, ‘ସେ ଖବୁଶୀଘ୍ର ବାହାରକୁ ଆସିବେ। ଜନତାଙ୍କ ସମସ୍ତ ପ୍ରଶ୍ନର ସ୍ପଷ୍ଟ ଭାବେ ଉତ୍ତର ଦେବେ। କେଜ୍ରିୱାଲଙ୍କୁ ଗିରଫ କରି ଆମ ସହିତ ବିଶ୍ବାସଘାତକ କରାଯାଇଛି। ମୋଦୀ ନିଜର ଅହଂକାର ପାଇଁ କେଜ୍ରିୱାଲଙ୍କୁ ଜେଲ ପଠାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦୋଷ କ’ଣ ସେ କାହିଁକି ଜେଲରେ ଅଛନ୍ତି ସେ ଉତ୍ତର ମୁଁ ଦେବାକୁ ଉଚିତ ମଣୁ ନାହିଁ। ଏହାର ଉତ୍ତର ଦେଶର ଜନତା ଦେବେ। ନିଶ୍ଚିୟ ସତ ସାମ୍ନାକୁ ଆସିବ। ମୁଁ କେବଳ ସମୟକୁ ଅପେକ୍ଷା କରିଛି। ’
ଗତ ଶୁଣାଣି ସମୟରେ କେଜ୍ରିୱାଲ କହିଥିଲେ ଯେ, “ମୁଁ ଇଡିର ରିମାଣ୍ଡ ପିଟିସନକୁ ବିରୋଧ କରୁନାହିଁ। ଇଡି ଯେତେ ଦିନ ଚାହିଁବ ଜେଲରେ ରଖିପାରିବ। କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା ଜାଣିଶୁଣି ମୋତେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛି। ଇଡିର ଦୁଇଟି ଉଦ୍ଦେଶ୍ୟ ଥିଲା। ଗୋଟିଏ ହେଉଛି ଆପକୁ ଭାଙ୍ଗିବା ଏବଂ ଦ୍ୱିତୀୟଟି ହେଉଛି ଏକ ‘ସ୍ମୋକସ୍କ୍ରିନ’ ତିଆରି କରି ଏହା ପଛରେ ଏକ ଚୋରାଚାଲାଣ ରାକେଟ୍ ଚଲାଇବା, ଯାହା ମାଧ୍ୟମରେ ସେମାନେ ଟଙ୍କା ସଂଗ୍ରହ କରୁଛନ୍ତି।”