ନୂଆଦିଲ୍ଲୀ: ଭାଜପା ଜିତିଲା ଦିଲ୍ଲୀର ଭରସା, ଆଉ ଆପ୍ ସରକାରକୁ ପରାସ୍ତ କରି ନିଜେ ସରକାର ଗଢିବାକୁ ସକ୍ଷମ ହେଲା । ୧୯୯୮ରୁ ୨୦୨୫, ଦୀର୍ଘ ୨୭ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରୁଛି ବିଜେପି । ଏଥିସହ ବିଜେପିର ବିଜୟ ତାଲିକାରେ ଯୋଡି ହୋଇଛି ଦିଲ୍ଲୀର ନାଁ । ଆପର ବିଜୟ ରଥରେ ବ୍ରେକ ଦେଇଛି ବିଜେପି । ଝାଡୁକୁ ପର କରି, ପଦ୍ମକୁ ଆଦରି ନେଇଛନ୍ତି ଦିଲ୍ଲୀବାସୀ । ତେବେ ବିଜେପିର ଏହି ଦିଲ୍ଲୀ ଦଖଲ ଅଭିଯାନ ପଛରେ ଅନେକ ଗୁଡିଏ ଫ୍ୟାକ୍ଟର କାମ କରିଛି । ଖାସକରି ବିଜେପିର ଶୀର୍ଷ ନେତୃତ୍ବଙ୍କ ପ୍ରଚାର ଓ ମୋଦୀ ଗ୍ୟାରେଣ୍ଟିକୁ ଭରସିଛନ୍ତି ଦିଲ୍ଲୀବାସୀ ।

Advertisment

ବିଜେପି ବିଜୟ ପଛର କାରଣ କଣ ? 
- ବିଜେପିର ପ୍ରତିଶ୍ରୁତି ଲୋକଙ୍କ ମନକୁ ଛୁଇଁଲା
- ମହିଳାଙ୍କୁ ୨୫୦୦ ଟଙ୍କା ଦେବା ପ୍ରତିଶ୍ରୁତି ବିଜେପି ପାଇଁ ମାଷ୍ଟରଷ୍ଟ୍ରୋକ୍ ସାଜିଲା
- ଆଗୁଆ ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜି ବେଶ୍ ସହାୟକ ସାଜିଲା
- ମଧ୍ୟବିତ୍ତଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହେଲା ଦଳ
-ସରକାର ବିରୋଧୀ ହାୱା ବିଜେପିର ଦିଲ୍ଲୀ ବିଜୟର ବଡ କାରଣ ବୋଲି କୁହାଯାଉଛି 
- ସରକାର ବିରୋଧୀ ହାୱାର ଫାଇଦା ଉଠାଇଲା ବିଜେପି
- କେଜ୍ରିୱାଲଙ୍କ ଦେହରେ ଦୁର୍ନୀତିର ଦାଗ ଲାଗିବା ବିଜେପିକୁ ସୁହାଇଲା 
-  ଯମୁନା ସଫେଇ ପ୍ରସଙ୍ଗ ବିଜେପିକୁ କମବ୍ୟାକ୍ କରିବାକୁ ସୁଯୋଗ ଦେଲା
- ଆପର ଅତ୍ୟଧିକ ଆତ୍ମବିଶ୍ବାସ ବିଜେପି ପାଇଁ ଆଶୀର୍ବାଦ ପାଲଟିଲା
- ଆପ୍-କଂଗ୍ରେସ ମିଳିତ ଭାବେ ନଲଢ଼ିବା ବିଜେପିର ବିଜୟକୁ ସହଜ କଲା

୨୭ ବର୍ଷ ପରେ ବିଜେପି ସରକାରକୁ ଫେରିଛି । ବିଜେପି ସରକାର ଠାରୁ ଅନେକ କିଛି ଆଶା ରଖିଛନ୍ତି ଦିଲ୍ଲୀବାସୀ । ଡବଲ ଇଞ୍ଜିନ ସରକାର ଆସିଥିବାରୁ ଏବେ ଦୁଇଗୁଣା ବିକାଶ ଅପେକ୍ଷାରେ ରହିବେ ଦିଲ୍ଲୀବାସୀ । ତେଣୁ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଥିବା ବିଜେପି ଲୋକଙ୍କ ଭରସା ଜିତି ଥିବାରୁ ଲୋକଙ୍କ କାମ କରିବାକୁ ବେଶ ତତ୍ପର ହୋଇପାରେ ।