‘କ୍ୟାଗ୍‌’ କାହିଁକି ଅନ୍‌ଲାଇନ୍‌ରେ ପ୍ରତିରକ୍ଷା ରିପୋର୍ଟ ପ୍ରକାଶ କରୁ ନାହିଁ

ନୂଆଦିଲ୍ଲୀ: ୫୯, ୦୦୦ କୋଟି ଟଙ୍କାର ରାଫେଲ୍‌ ଡିଲ୍‌ ସମ୍ବନ୍ଧରେ ବହୁପ୍ରତୀକ୍ଷିତ ଫେଡେରାଲ୍‌ ଅଡିଟର୍‌ଙ୍କ ରିପୋର୍ଟ ଅନ୍‌ଲାଇନ୍‌ରେ ମିଳିବାରେ ସନ୍ଦେହ ଦେଖା ଦେଇଛି। ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ େଓ୍ଵବ୍‌ସାଇଟ୍‌ରେ ସ୍ୱାଭାବିକ ଭାବେ ଅପ୍‌ଲୋଡ୍‌ ହେଉଥିବା ଅନ୍ୟାନ୍ୟ ପ୍ରତିରକ୍ଷା ରିପୋର୍ଟ ଭଳି ଏହାକୁ ଅପ୍‌ଲୋଡ୍‌ ନ କରିବାକୁ ଗତବର୍ଷ ଅଡିଟର୍‌ ତାଙ୍କ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଅକ୍ଟୋବର ୨୦୧୭ ଠାରୁ  ପାର୍ଲାମେଣ୍ଟ୍‌ରେ ସାତଟି ପ୍ରତିରକ୍ଷା ରିପୋର୍ଟ ଦାଖଲ ହୋଇ ସାରିଛି। ସେଥିରୁ ଗତ ମୌସୁମୀ ଅଧିବେଶନରେ ଦାଖଲ ହୋଇଛି ପାଞ୍ଚଟି। କିନ୍ତୁ, ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ଅନ୍ୟାନ୍ୟ ବିଷୟର କ୍ୟାଗ୍‌ ରିପୋର୍ଟ ଭଳି ଅଡିଟର୍‌ଙ୍କ େଓ୍ଵବ୍‌ସାଇଟ୍‌ରେ ମିଳୁ ନାହିଁ।

ପାର୍ଲାମେଣ୍ଟ୍‌ରେ ଦାଖଲ ହେଉଥିବା ସମସ୍ତ କ୍ୟାଗ୍‌ ରିପୋର୍ଟ ସର୍ବସାଧାରଣ ଦଲିଲ୍‌। ଏହାର ଅନ୍‌ଲାଇନ୍‌ ସଂସ୍କରଣ ନ ମିଳିବା ଅର୍ଥ ଏହାକୁ ପାଇବା ଉପରେ କଟକଣା ଲାଗୁ କରାଯାଇଛି। ରାଫେଲ୍‌ ଡିଲ୍‌ ସଂକ୍ରାନ୍ତରେ କ୍ୟାଗ୍‌ ତା’ର ରିପୋର୍ଟ ଚୂଡ଼ାନ୍ତ କରି ନାହିଁ।

ରାଫେଲ୍‌ ଡିଲ୍‌ ସମ୍ବନ୍ଧୀୟ ଏକ ପୃଥକ୍‌ ରିପୋର୍ଟ ଅପେକ୍ଷା ଅଡିଟର୍‌ ନିକଟ ଅତୀତର ପ୍ରତିରକ୍ଷା ଅଧିଗ୍ରହଣ ସଂକ୍ରାନ୍ତ ସାମଗ୍ରିକ ରିପୋର୍ଟ ଉପସ୍ଥାପନ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ରାଫେଲ୍‌ ଅନୁଧ୍ୟାନ ସଂକ୍ରାନ୍ତ ବିବରଣୀ ସାରାଂଶ ହୋଇ ଗୋଟିଏ ପରିଚ୍ଛେଦରେ ରଖାଯିବ ବୋଲି ଉପରୋକ୍ତ ସୂତ୍ର ଜଣାଇଛି। ରିପୋର୍ଟ ଚୂଡ଼ାନ୍ତ ହେବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ସହ ହେବାକୁ ଥିବା ଏକ୍ଜିଟ୍‌ କନ୍‌ଫରେନ୍‌ସ୍‌ ହୋଇନାହିଁ। ଏହା ଏକ ବାଧ୍ୟତାମୂଳକ ପ୍ରକ୍ରିୟା।

ଜାନୁଆରି ମାସରେ ଏହି ପ୍ରକ୍ରିୟା ଶେଷ ହେବ। ଅତୀତ ରିପୋର୍ଟରୁ କେତେକ ପାରା ଓ ଏ ସଂକ୍ରାନ୍ତରେ ଉପଲବ୍ଧ କେତେକ ପ୍ରେସ୍‌ ରିଲିଜ୍‌କୁ ଅନ୍‌ଲାଇନ୍‌ରୁ ହଟାଇ ଦେବା ନିମନ୍ତେ ଗତବର୍ଷ ଅକ୍ଟୋବର ମାସରେ ଅଡିଟର୍‌ ତା’ର ପ୍ରତିରକ୍ଷା ଉଇଙ୍ଗ୍‌କୁ ଏକ ଅଭ୍ୟନ୍ତରୀଣ ନିର୍ଦେଶନାମା ଜାରି କରିଥିଲା। ଏଥିସହ ପ୍ରତିରକ୍ଷା ସଂକ୍ରାନ୍ତରେ କୌଣସି ନୂଆ ରିପୋର୍ଟ େଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇ ନାହିଁ।

ଅଡିଟ୍‌ ରିପୋର୍ଟରୁ ଉଠାଇ ଦିଆଯାଇଥିବା ପାରାଗ୍ରାଫ୍‌ ସବୁ ଭାରତ-ଚୀନ୍‌ ରାସ୍ତା, ଆଗ୍ନେୟାସ୍ତ୍ର ପରିଚାଳନା, ଆର୍ମି ଆଭିଏସନ୍‌ କର୍ପର କାର୍ଯ୍ୟଧାରା ସେନାର ବିଏମ୍‌ପି ଗାଡ଼ିଗୁଡ଼କରେ ଥିବା ତ୍ରୁଟିବିଚ୍ୟୁତି ଉପରେ ପର୍ଯ୍ୟବେଶିତ।

ସମ୍ବନ୍ଧିତ ଖବର