ଚୀନ୍‌ରେ ଘୁଷୁରିମାଂସ ଅଭାବ ମେଣ୍ଟାଇବାକୁ ଚାଷୀମାନେ ପାଳୁଛନ୍ତି ୫୦୦ କିଲୋ ଓଜନର ପ୍ରକାଣ୍ଡ ଘୁଷୁରି

ନୂଆଦିଲ୍ଲୀ: ଚୀନ୍‌ରେ ଚାହିଦା ମୁତାବକ ଘୁଷୁରିମାଂସ ମିଳୁ ନ ଥିବାରୁ ଚାଷୀମାନେ ପ୍ରକାଣ୍ଡରୁ ପ୍ରକାଣ୍ଡ ଘୁଷୁରି ପାଳନ କରିବା ଆରମ୍ଭ କରିଛନ୍ତି।

ଗୁଆଙ୍ଗ୍‌ଜି ପ୍ରଦେଶର ରାଜଧାନୀ ନାନ୍ନିଙ୍ଗ୍‌ ଠାରେ ଗୋଟାଏ ଫାର୍ମରେ ମେରୁଭାଲୁ ଆକାରର ପ୍ରକାଣ୍ଡ ଘୁଷୁରି ପାଳନ କରାଯାଉଛି। ଏହି ପ୍ରଜାତିର ଗୋଟାଏ ଘୁଷୁରିର ଓଜନ ପ୍ରାୟ ୫୦୦ କିଲୋଗ୍ରାମ୍‌ ଏବଂ ମୂଲ୍ୟ ରହିଛି ୧୪୦୦ ଆମେରିକୀୟ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୯୯, ୪୦୦/- ଟଙ୍କା। ଏହା ଚାଷୀମାନଙ୍କର ମାସିକ ରୋଜଗାର ଠାରୁ ପ୍ରାୟ ତିନିଗୁଣ ଅଧିକ ବୋଲି ଫାର୍ମ ମାଲିକ ପାଙ୍ଗ୍‌ କଙ୍ଗ୍‌ କହିଛନ୍ତି।

Image Source: New Straits Times

ପାଙ୍ଗ୍‌ଙ୍କ ଘୁଷୁରି ଚୀନ୍‌ରେ ଘୁଷୁରିମାଂସ ଅଭାବଜନିତ ସମସ୍ୟା ମେଣ୍ଟାଇବା ସହ ସମଗ୍ର ଦେଶରେ ଜନପ୍ରିୟ ହେବାକୁ ଯାଉଛି।

ଜିଲିନ୍‌ର ଉତ୍ତରପୂର୍ବ ପ୍ରଦେଶରେ ଘୁଷୁରିମାଂସ ମହଙ୍ଗା ହେଉଥିବା ଯୋଗୁଁ ଚାଷୀମାନେ ୧୭୫ କିଲୋଗ୍ରାମ୍‌ରୁ ୨୦୦ କିଲୋଗ୍ରାମ୍‌ ଓଜନର ଘୁଷୁରି ପାଳନ କରିବାରେ ମନ ଦେଉଛନ୍ତି। ସେଠାରେ ଗୋଟାଏ ସାଧାରଣ ଘୁଷୁରିର ଓଜନ ପ୍ରାୟ ୨୫ କିଲୋଗ୍ରାମ୍‌। କିନ୍ତୁ, ପ୍ରକାଣ୍ଡ ଘୁଷୁରିଗୁଡ଼ିକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ମୁଖରେ ପଡୁଥିବାରୁ କେବଳ ମାଂସ ପାଇଁ ହିଁ ଏମାନଙ୍କୁ ଚାଷ କରାଯାଉଛି।

ଚୀନ୍‌ ହେଉଛି ବିଶ୍ୱର ସବୁଠୁ ଅଧିକ ଘୁଷୁରିମାଂସ ଖିଆଯାଉଥିବା ଦେଶ। ସମଗ୍ର ବିଶ୍ୱରେ ଯେତେ ପରିମାଣର ଘୁଷୁରିମାଂସ ଖିଆଯାଏ, ତା’ର ଅଧା ଖିଆଯାଏ ଚୀନ୍‌ରେ।

ସମ୍ବନ୍ଧିତ ଖବର