ନୂଆଦିଲ୍ଲୀ: ଏନ୍ଏଚ୍ଆର୍ସିଙ୍କ ସମତେ ରୋହିଙ୍ଗ୍ୟା ସମର୍ଥକମାନଙ୍କୁ ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସେମାନେ ସରଣାର୍ଥୀ ନୁହନ୍ତି, ବେଆଇନ୍ ପ୍ରବାସବାସୀ।
ରୋହିଙ୍ଗ୍ୟାମାନଙ୍କୁ ବିତାଡ଼ିତ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ନିକଟରେ ଏନ୍ଏଚ୍ଆର୍ସି ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା।
ଶରଣାର୍ଥୀ ମାନ୍ୟତା ପାଇବାକୁ ଯେଉଁ ପ୍ରକ୍ରିୟା ଆବଶ୍ୟକ ରୋହିଙ୍ଗ୍ୟାମାନେ ତାହା ଅନୁସରଣ କରି ନ ଥିବାରୁ ସେମାନେ ବେଆଇନ୍ ପ୍ରବାସବାସୀ।
ସିଂହ ପଚାରିଛନ୍ତି: ସେମାନଙ୍କୁ ଫେରାଇ ନେବା ନିମନ୍ତେ ମିଅାଁମାର୍ର କୌଣସି ସମସ୍ୟା ନ ଥିବାବେଳେ ଭାରତରେ କେତକ ଲୋକ ରୋହିଙ୍ଗ୍ୟାମାନଙ୍କ ବିତାଡ଼ନ ଉପରେ ଆପତ୍ତି ଉଠାଉଛନ୍ତି କାହିଁକି?
ରୋହିଙ୍ଗ୍ୟାମାନଙ୍କୁ ବିଦା କରିବାବେଳେ ଭାରତ ମଧ୍ୟ କୌଣସି ଆନ୍ତର୍ଜାତିକ ଆଇନ୍ ଉଲ୍ଲଙ୍ଘନ କରୁନାହିଁ ବୋଲି ସିଂହ କହିଛନ୍ତି। ରୋହିଙ୍ଗ୍ୟା ସଙ୍କଟରେ ଆମେ ବାଂଲାଦେଶକୁ ସମସ୍ତ ପ୍ରକାର ମାନବୀୟ ସହାୟତା ଯୋଗାଇ ଦେଉଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/rajnath.jpg)