ନୂଆଦିଲ୍ଲୀ: ଭାରତ ତିନି ସଶସ୍ତ୍ର ବାହିନୀ ଲାଗି ଆମେରିକାରୁ ୨୨,୦୦୦ କୋଟି ଟଙ୍କା (୩୦୦ କୋଟି ଡଲାର) ମୂଲ୍ୟର ୩୦ଟି ସଶସ୍ତ୍ର ପ୍ରିଡେଟର ଡ୍ରୋନ୍ କିଣିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏ ବାବଦରେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ପେଣ୍ଟାଗନକୁ ଖବର ପଠାଇ ଦିଆଯାଇଛି। ବର୍ତ୍ତମାନ ଭାରତ ଚାହୁଁଛି ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ଉପକରଣ ନିଜ ଦେଶରେ ଘରୋଇ ଜ୍ଞାନକୌଶଳରେ ତିଆରି କରିବ। ଏହି କାରଣ ଦର୍ଶାଇ ଆମେରିକାରୁ ୩୦୦ କୋଟି ଡଲାରର ଡ୍ରୋନ୍ କିଣା ଚୁକ୍ତିକୁ ଆପାତତଃ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି। ଫେବ୍ରୁଆରି ୩ ତାରିଖରେ ନରେନ୍ଦ୍ର ମୋଦୀ ସରକାର ବାହାରୁ ଡ୍ରୋନ୍ ବା ମାନବବିହୀନ ଯାନ (ୟୁଏଭି)ଆମଦାନିକୁ ନିଷିଦ୍ଧ କରିଛନ୍ତି। ତେବେ ସୁରକ୍ଷା ଉଦ୍ଦେଶ୍ୟରେ ମାନବବିହୀନ ଉଡ଼ନ୍ତା ଯାନ କ୍ରୟ ପ୍ରତି ଏହି କଟକଣା ଲାଗୁ ନୁହେଁ। କିନ୍ତୁ ଏଥିପାଇଁ ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ, ପ୍ରିଡେଟର ଡ୍ରୋନ୍ ହେଉଛି ଏପରି ଏକ ଆଧୁନିକ ଡ୍ରୋନ୍ ଯାହା ସୀମାନ୍ତ ଅଞ୍ଚଳରେ ଶତ୍ରୁପକ୍ଷର କାରବାର ଉପରେ ନଜର ରଖେ। ଦରକାର ପଡ଼ିଲେ ସଂଗୃହୀତ ତଥ୍ୟକୁ ଏକତ୍ରିତ ଓ ଅନୁଧ୍ୟାନ କରି ଏହା ଶତ୍ରୁପକ୍ଷର ବଛାବଛା ଜାଗା ଉପରେ ଆକ୍ରମଣ ବି କରିପାରେ। ଏହା ନିରବଚ୍ଛିନ୍ନ ଭାବେ ୩୫ ଘଣ୍ଟା ଯାଏ ଆକାଶରେ ଉଡ଼ି ଶତ୍ରୁପକ୍ଷ ଉପରେ ନଜର ରଖିପାରେ।
ଆମେରିକାରୁ ୩୦ ପ୍ରିଡେଟର ଡ୍ରୋନ୍ କିଣିବା ନିଷ୍ପତ୍ତିରୁ ଭାରତ ଓହରିଲା କାହିଁକି?
/sambad/media/post_attachments/wp-content/uploads/2022/02/drone-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)