ଗତ କିଛି ଦିନ ହେବ ବୁଲା କୁକୁର କାମୁଡ଼ିବା ଏକ ବଡ଼ ପ୍ରସଙ୍ଗ ପାଲଟିଛି। ବିଶେଷ କରି ଦେଶର ବିଭିନ୍ନ କୋଣରୁ ରେବିଜ୍ ଆକ୍ରାନ୍ତଙ୍କ ଖବର ଆସିବା ଓ କୁକୁର କାମୁଡ଼ିବାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ ଏହି ପ୍ରସଙ୍ଗ ମୁଣ୍ଡ ଟେକିଛି। କିଛି ଲୋକ ବୁଲା କୁକୁରଙ୍କୁ ବନ୍ଦୀ କରି ରଖିବାକୁ ବିରୋଧ କରୁଥିବା ବେଳେ କିଛି ଲୋକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରି ସୁରକ୍ଷିତ ଭାବେ ଆଶ୍ରୟସ୍ଥଳରେ ରଖିବାକୁ ଦାବି କରୁଛନ୍ତି। ଏମଧ୍ୟରେ ସୁପ୍ରିମକୋର୍ଟ ମଧ୍ୟ ନିଜର ରାୟ ବଦଳାଇ ଦେଇଛନ୍ତି। ପୂର୍ବରୁ ଅଦାଲତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ପରେ ଆଶ୍ରୟସ୍ଥଳରେ ରଖିବା ଓ ସେଠାରୁ କେବେ ବି ବାହାରକୁ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ସେମାନଙ୍କୁ ବନ୍ଧ୍ୟାକରଣ ଓ ଟିକାକରଣ ପରେ ସେହି ଅଞ୍ଚଳରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରୁ ସେମାନଙ୍କୁ ଉଠାଇ ନିଆଯାଇଥିଲା।
/sambad/media/post_attachments/indiatoday/images/story/202303/stray_dogs-sixteen_nine-752425.jpeg?VersionId=cjjyCuRin4a5BkqZwpFmf0Xly0AHIqL0)
ବୁଲା କୁକୁର ଏବେ ଦେଶରେ ବଡ଼ ପ୍ରସଙ୍ଗ ପାଲଟିଥିବା ବେଳେ ଓଡ଼ିଶାରେ କେତେ ବୁଲା କୁକୁର ଅଛନ୍ତି? ବୁଲା କୁକୁର କାହିଁକି କାମୁଡ଼ନ୍ତି? ଓଡ଼ିଶାରେ ପ୍ରତିଦିନ କେତେ ଜଣ କୁକୁର କାମୁଡ଼ାର ଶିକାର ହେଉଛନ୍ତି? ଆଜି ଆମେ ଜାଣିବା। ଯଦି ଆମେ ଓଡ଼ିଶା କଥା କହିବା ତେବେ ଓଡ଼ିଶାରେ ୬ମାସରେ ଦେଢ଼ ଲକ୍ଷ କୁକୁର କାମୁଡା ଘଟଣା ସାମ୍ନାକୁ ଆସିଛି। ଚଳିତ ବର୍ଷର ଜୁନ ୧୦ଯାଏଁ ଦେଢ଼ ଲକ୍ଷରୁ ଅଧିକ କୁକୁର କାମୁଡା ମାମଲା ଆସିଲାଣି। ରାଜ୍ୟରେ ମାସକୁ ୨୦ ହଜାରରୁ ୩୦ ହଜାର କୁକୁର କାମୁଡା ଘଟଣା ଆସୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି। ଯଦି ଆମେ ପ୍ରତିଦିନ ହିସାବରେ ଦେଖିବା ତେବେ ରାଜ୍ୟରେ ପ୍ରାୟ ହଜାର ଜଣଙ୍କୁ କାମୁଡ଼ୁଛନ୍ତି କୁକୁର। ୨୦୨୩-୨୪ ଭିତରେ ଏହି ସଂଖ୍ୟା କମ ଥିବା ବେଳେ ଏବେ ଏହା ବଢ଼ିଛି।
ବିଧାନସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଜାନୁଆରି ୨୦୨୩ରୁ ଅକ୍ଟୋବର ୨୦୨୪ମଧ୍ୟରେ ଓଡ଼ିଶାରେ ୫.୨୦ଲକ୍ଷରୁ ଅଧିକ କୁକୁର କାମୁଡ଼ା ମାମଲା ରେକର୍ଡ ହୋଇଥିଲା। ଯଦି ଆମେ ପ୍ରତିଦିନ ହିସାବରେ ଦେଖିବା ତେବେ ୨୨ମାସ ଭିତରେ ଓଡ଼ିଶାରେ ପ୍ରତିଦିନ ୭୭୭ଜଣଙ୍କୁ ବୁଲା କୁକୁର କାମୁଡ଼ିଥିଲାା। ଏହି ସଂଖ୍ୟା ଏବେ ହଜାରରେ ପହଞ୍ଚିଛି।
/sambad/media/post_attachments/_media/bs/img/article/2025-08/13/full/1755025524-6014-909914.jpg?im=FeatureCrop,size=(826,465))
ଡିସେମ୍ବର ୨୦୨୪ରେ ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ମତ୍ସ୍ୟ ପ୍ରାଣୀ ଓ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ୨୨ ମାସ(ଜାନୁଆରି ୨୦୨୩ରୁ ଅକ୍ଟୋବର ୨୦୨୪) ମଧ୍ୟରେ ଓଡ଼ିଶାରେ ମୋଟ ୫,୨୦,୨୩୭ କୁକୁର କାମୁଡ଼ା ମାମଲା ରିପୋର୍ଟ ହୋଇଥିଲା। ୨୦୨୩ ମସିହାରେ ୨,୫୯,୧୦୭ କୁକୁର କାମୁଡ଼ା ଘଟଣା ରିପୋର୍ଟ ହୋଇଥିବା ବେଳେ ୨୦୨୪ ଜାନୁଆରିରୁ ଅକ୍ଟୋବର ପର୍ଯ୍ୟନ୍ତ ୨,୪୩,୫୬୫ ଘଟଣା ରେକର୍ଡ କରାଯାଇଥିଲା। ୨୦୨୪ର ଜାନୁଆରି, ଫେବ୍ରୁ୍ଆରି ଏବଂ ମାର୍ଚ୍ଚ ମାସରେ ସର୍ବାଧିକ ୩୩,୫୪୭, ୩୨,୫୬୧ ଏବଂ ୨୯,୮୦୧ ଘଟଣା ରିପୋର୍ଟ ହୋଇଥିଲା। ଓଡ଼ିଶାରେ ଏବେ ୧୭.୩୪ଲକ୍ଷ ବୁଲା କୁକୁର ଅଛନ୍ତି, ଯେଉଁମାନଙ୍କଠାରୁ ସତର୍କ ରହିବା ଜରୁରୀ।
ଏବେ ଆସନ୍ତୁ ଜାଣିବା ବୁଲା କୁକୁର କାମୁଡ଼େ କାହିଁକି?
ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରାଣୀ ରୋଗ ବିଶେଷଜ୍ଞ ନରେନ୍ଦ୍ର ଗାନ୍ଧୀ କହିଛନ୍ତି ଯେ, ପାଗଳ ନହୋଇଥିଲେ ବିନା କାରଣରେ କୌଣସି ବୁଲା କୁକୁର କାମୁଡ଼ନ୍ତି ନାହିଁ। ସରଳ ଭାଷାରେ କହିବାକୁ ଗଲେ ଅନେକ କ୍ଷେତ୍ରରେ କୁକୁରମାନେ ଆତ୍ମରକ୍ଷା, ଡର କିମ୍ବା ବିପଦ ଥିବା ଭାବି କାମୁଡ଼ନ୍ତି। ଲୋକମାନେ କୁକୁରମାନଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଅଯଥାରେ ଅଜବ ଶବ୍ଦ କରି ସେମାନଙ୍କୁ ଭୟଭୀତ କରନ୍ତି। ଏହା ସହିତ, ଯେତେବେଳେ ସେମାନଙ୍କୁ ସେମାନଙ୍କ ଅଞ୍ଚଳରୁ ବାହାର କରି ଅନ୍ୟତ୍ର ନିଆଯାଇଥାଏ, କିମ୍ବା କେହି ସେମାନଙ୍କ ଅଞ୍ଚଳରେ ପ୍ରବେଶ କରନ୍ତି, ସେମାନେ ଚିନ୍ତିତ ହୋଇଯାଆନ୍ତି ଏବଂ ଡରରେ କାମୁଡ଼ିଥାନ୍ତି।”
ସାଧାରଣତଃ ଯଦି କୁକୁର ଭୟଭୀତ ଅନୁଭବ କରେ, ତେବେ ସେ କାମୁଡ଼ିପାରେ। ବିଶେଷକରି ଯଦି ତା’ର ମଣିଷଙ୍କ ସହିତ ଅତୀତରେ ନକାରାତ୍ମକ ଅଭିଜ୍ଞତା ଥାଏ। ଅସୁସ୍ଥ କିମ୍ବା ଆହତ କୁକୁରମାନେ କଷ୍ଟରେ ଥିବାରୁ ସେମାନଙ୍କ ପାଖକୁ ଗଲେ ସେମାନେ ଆକ୍ରମଣ କରିପାରନ୍ତି। କୁକୁରମାନେ ନିଜକୁ, ନିଜ ଖାଦ୍ୟକୁ, ନିଜ ଛୁଆମାନଙ୍କୁ କିମ୍ବା ନିଜ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ କାମୁଡ଼ି ପାରନ୍ତି। ମଣିଷମାନେ, ବିଶେଷକରି ପିଲାମାନେ, କୁକୁରର ଭୟଭୀତ କିମ୍ବା ଚିନ୍ତିତ ଅଙ୍ଗଭଙ୍ଗୀକୁ ଚିହ୍ନିପାରନ୍ତି ନାହିଁ, ଯାହା ଫଳରେ ସେମାନେ କୁକୁର କାମୁଡ଼ାର ଶିକାର ହୁଅନ୍ତି।
/sambad/media/post_attachments/view/acePublic/alias/contentid/1l4af2y8oh68nk5zhry/1/stray-dog-jpg-473582.webp?f=3%3A2&q=0.75&w=900)
ଏଥିରୁ କେମିତି ବଞ୍ଚିବା?
କାମୁଡ଼ାରୁ ବଞ୍ଚିବା ପାଇଁ କୁକୁରର ଆଚରଣ ପ୍ରତି ଧ୍ୟାନ ଦିଅନ୍ତୁ। କୁକୁରର ଭୟ ବା ଆକ୍ରମଣ ପୂର୍ବର ଅଙ୍ଗଭଙ୍ଗୀଗୁଡ଼ିକୁ ଚିହ୍ନିବା ଶିଖନ୍ତୁ। ବୁଲା କୁକୁରମାନଙ୍କ ପାଖକୁ ଯାଆନ୍ତୁ ନାହିଁ। ବିଶେଷକରି ଯଦି ଆପଣ ସେମାନଙ୍କ ସ୍ୱଭାବ ବିଷୟରେ ଭଲକରି ଜାଣିନାହାନ୍ତି। ତାଙ୍କୁ ଡରାଇବାକୁ ଚେଷ୍ଟା ନକରିବା ସହ ଚିଡ଼ାନ୍ତୁ ନାହିଁ। ଆକ୍ରମଣାତ୍ମକ କିମ୍ବା ଅସୁସ୍ଥ ବା ପାଟିରୁ ଲାଳ ବାହାରୁଥିବା କୁକୁର ଦେଖିଲେ ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ପ୍ରାଣୀ କଲ୍ୟାଣ ଗୋଷ୍ଠୀକୁ ଜଣାନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/26/new-project-17-1-2025-08-26-16-54-46.jpg)