ନୂଆଦିଲ୍ଲୀ: ଦେଶର ଅନେକ ସହରରେ ଭୟଙ୍କର ଗରମ ହେଉଛି। ଏହି କାରଣରୁ ଏସି ବ୍ୟବହାର କରିବା ଲୋକଙ୍କ ପାଇଁ ଏକ ସାଧାରଣ କଥା ପାଲଟିଛି। ଗରମରୁ ସହଜରେ ମୁକ୍ତି ଦେଇପାରୁଥିବା ଏସି ଯେ ଜୀବନ ବି ନେଇପାରେ ତାହା ହୁଏତ କେହି ଭାବିନଥିବେ। ବିଗତ ଦିନମାନଙ୍କରେ ଅନେକ ସ୍ଥାନରେ ଏସି ବିସ୍ଫୋରଣ ମାମଲାର ଉଦାହରଣ ରହିଛି। ତେବେ ଏସିକୁ କିଭଳି ଭାବେ ବ୍ୟବହାର କଲେ ବା କେଉଁ ଦିଗରୁ ଧ୍ୟାନ ଦେଲେ ଆମେ ବିପଦ ମୁକ୍ତ ରହିବା ତାହା ଆଜି ଆଲୋଚନା କରିବା।
ଆଜି ଆମେ ଏସି ବିସ୍ଫୋରଣର କାରଣ ଜାଣିବା ଓ ତାହା ସହିତ ତାହାକୁ ନିରାକରଣ କରିବାର ଉପାୟ ବି ଜାଣିବା। ଏସି ବିସ୍ଫୋରଣର ମୁଖ୍ୟ କାରଣ ହେଉଛି ‘ଓଭର୍ ହିଟ୍’। କିଛି ଲୋକ ଏସି ସର୍ଭିସିଂ ଉପରେ ଧ୍ୟାନ ଦିଅନ୍ତି ନାହିଁ। ଏହି ପରିସ୍ଥିତିରେ ଏସିର ପାର୍ଟ ଖରାପ ହୋଇଥାଏ। ଯାହାଫଳରେ ବିସ୍ଫୋରଣ ହେବାର ସମ୍ଭାବନା ରହିଥାଏ।
ଏସି କମ୍ପାର୍ଟମେଣ୍ଟ୍ରେ ବେଶି ଧୂଳି ଜମିଯିବା ହେତୁ ଫ୍ୟାନ୍ ସହଜରେ ଘରକୁ ଥଣ୍ଡା କରିପାରେ ନାହିଁ। ତା’ପରେ ‘ଓଭରହିଟ୍’ କାରଣରୁ କମ୍ପ୍ରେସର୍ ବିସ୍ଫୋରଣ ହୋଇପାରେ। ବିସ୍ଫୋରଣରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସହଜ ତରିକା ହେଉଛି ଆପଣ ନିଜ ଏସିକୁ ନିୟମିତ ସର୍ଭିସିଂ କରାନ୍ତୁ।
ବଜାରରୁ ଶସ୍ତା ପଡ଼ିବ ବୋଲି ଆଡୁସାଡୁ ଏସି ନକିଣି ବ୍ରାଣ୍ଡେଡ୍ ଏସି କିଣନ୍ତୁ। ଏହିର ଆଉଟ୍ଡୋର୍ ୟୁନିଟ୍କୁ ଆପଣ ନିଜେ ସଫା କରିପାରିବେ। ଏଥିପାଇଁ ୟୁଟ୍ୟୁବ୍ ଭିଡିଓର ସହାୟତା ନିଅନ୍ତୁ।