ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଟେସ୍ଲା ସିଇଓ ଏଲନ ମସ୍କ ତାଙ୍କର ଖୁସି ବ୍ୟକ୍ତ କରିଥିଲେ । କିନ୍ତୁ ଏବେ ମସ୍କଙ୍କ ଝିଅ ଭିଭିୟାନ ଜେନା ୱିଲସନ ଟ୍ରମ୍ପଙ୍କ ବିଜୟକୁ ନେଇ ଖୁସି ନାହାନ୍ତି। ସେ ଘୋଷଣା କରି କହିଛନ୍ତି ଯେ ବର୍ତ୍ତମାନ ସେ ଆମେରିକାରେ ରହିବାକୁ ଚାହୁଁନାହାନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ସୋସିଆଲ ମିଡିଆ ସାଇଟ୍ ‘ଥ୍ରେଡସ’ରେ ଜେନା ୱିଲସନ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ମୁଁ କିଛି ସମୟ ପୂର୍ବରୁ ଏହା ଭାବିଥିଲି, କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ମଧ୍ୟ ହୋଇଛି । ମୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜର ଭବିଷ୍ୟତ ଦେଖୁନାହିଁ’ ।
ଏଲନଙ୍କ ଝିଅଙ୍କ ଏପରି ବୟାନକୁ ନେଇ ବିଶ୍ୱରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଲନ ମସ୍କଙ୍କ ଟ୍ରାନ୍ସ ଝିଅ ନିଜ ବାପାଙ୍କଠାରୁ ଦୂରେଇ ରୁହନ୍ତି। ଲିଙ୍ଗ ପରିବର୍ତ୍ତନ ଅପରେସନ ପରଠାରୁ ଉଭୟଙ୍କ ସମ୍ପର୍କରେ ଫାଟ ଆସିଥିଲା। ଉଭୟ ପରସ୍ପର ସହ କଥା ସୁଦ୍ଧା ହେବାକୁ ଚାହୁଁ ନାହାନ୍ତି। ୱିଲସନ ନିଜେ ହିଁ ଅନେକ ଇଣ୍ଟରଭ୍ୟୁରେ ବାପାଙ୍କ ଉପରେ ଭିନ୍ନ ଭିନ୍ନ ପ୍ରକାରର ଅଭିଯୋଗ ମଧ୍ୟ ଲଗାଇଛନ୍ତି ।
୨୦୦୪ରେ ଏଲନ ମସ୍କ ଓ ଜଷ୍ଟିନଙ୍କଠାରୁ ଜେନା ୱିଲସନ ଜନ୍ମ ନେଇଥିଲେ। ଜେନାଙ୍କର ନାମ ସେହି ସମୟରେ ଜେଭିୟର ଅଲେକ୍ସଜାଣ୍ଡାର ମସ୍କ ରଖାଯାଇଥିଲା। ୨୦୦୦ରେ ମସ୍କ ତାଙ୍କ ମା’ଙ୍କୁ ବିବାହ କରିଥିଲେ । ହେଲେ ୨୦୦୮ରେ ଏହି ସମ୍ପର୍କ ସବୁଦିନ ପାଇଁ ଭାଙ୍ଗି ଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/09/L9k9qwP8P0hn8kKIvzrA.jpg)