କାହିଁକି ଗାନ୍ଧି ପରିବାରଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଗଲା ?

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗାନ୍ଧିପରିବାରଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି । ଏହା ମୋଦୀ ସରକାରଙ୍କ ପ୍ରତିଶୋଧ ରାଜନୀତି ବୋଲି କଂଗ୍ରେସ କହିଛି ।
ତେବେ ସରକାର ଗାନ୍ଧିପରିବାରଠାରୁ ଏସପିଜି ପ୍ରତ୍ୟାହାରର କାରଣ ଜଣାପଡିଛି । ଏକ ଜାତୀୟ ସ୍ତରର ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁସାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଅନେକ ସମୟରେ ଏସପିଜି ସୁରକ୍ଷା ଗ୍ରହଣ କରୁନଥିଲେ । ରାହୁଲ ଗାନ୍ଧି ବିଦେଶ ଗଲା ବେଳେ ଏସପିଜି ସୁରକ୍ଷା ନିଅନ୍ତି ନାହିଁ । ଅନେକ ସମୟରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଏପରିକି ରାହୁଲ ବୁଲେଟ ପ୍ରୁଫ କାର ବ୍ୟବରାର କରନ୍ତି ନାହିଁ । ଏତିହି ନୁହେଁ ଏସପିଜି ସେମାନଙ୍କ ଉପରେ ନଜର ରଖିଛି ଓ ଗୁପ୍ତ ତଥ୍ୟ ସଂଗ୍ରହ କରୁଛି ବୋଲି ପ୍ରିୟଙ୍କା ଗାନ୍ଧି ଅନେକ ସମୟରେ ଅଭିଯୋଗ କରିଛନ୍ତି । ଏପରିକି ଆଇନର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି । କିନ୍ତୁ ଏସପିଜି ଏହାକୁ ବାରମ୍ବାର ଖଣ୍ଡନ କରିଆସିଛି ।
୧୯୯୨ରୁ ଗାନ୍ଧି ପରିବାର ପାଖରେ ଏସପିଜି ସୁରକ୍ଷା ରହିଛି । ସେବେଠାରୁ ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧି ପ୍ରାୟ ୧୫୬ ଥର ବିଦେଶ ଗସ୍ତରେ ଯାଇଛନ୍ତି । ଏହା ମଧ୍ୟରୁ ୧୪୩ଟି ଗସ୍ତରେ ସେ ଏସପିଜି ସୁରକ୍ଷା ବିନା ଯାଇଛନ୍ତି ।

ସମ୍ବନ୍ଧିତ ଖବର