ନୂଆଦିଲ୍ଲୀ: ନୂଆ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର। ରାଜୀବ କୁମାରଙ୍କ ସ୍ଥାନରେ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଜ୍ଞାନେଶ କୁମାର କହିଛନ୍ତି, ‘‘ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଥମ ପଦକ୍ଷେପ ହେଉଛି ମତଦାନ । ୧୮ ବର୍ଷରୁ ଅଧିକ ଭାରତର ସମସ୍ତ ନାଗରିକ ଭୋଟ୍ ଦେବା ଆବଶ୍ୟକ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିସନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଥିଲା । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିବେ । ଏହି ସମୟରେ ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ରହିଛି।’’
ନୂଆ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର
ନୂଆ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର। ରାଜୀବ କୁମାରଙ୍କ ସ୍ଥାନରେ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଜ୍ଞାନେଶ କୁମାର କହିଛନ୍ତି, ‘‘ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଥମ ପଦକ୍ଷେପ ହେଉଛି ମତଦାନ।’’
/sambad/media/media_files/2025/02/19/wzeOEVEqf2vod7dl3T13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)