କାହିଁକି ଟ୍ରକ ପଛପଟେ ଲେଖାଯାଇଥାଏ ‘ହର୍ଣ୍ଣ ଓକେ ପ୍ଲିଜ’ ? ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ: ରାସ୍ତାରେ ଯାଉଥିବାବେଳେ ଆପଣ ଟ୍ରକ ପଛପଟେ ହର୍ଣ୍ଣ ଓକେ ପ୍ଲିଜ ଲେଖାଯାଇଥିବାର ଦେଖିଥିବେ | କାହିଁକି ଏହି ଶବ୍ଦ ଲେଖାଯାଇଥାଏ କେବେ ଭାବିଛନ୍ତି କି ? ଆଜି ଆମେ ଆପଣଙ୍କୁ କହିବୁ ଏହି ତିନିଟି ଶବ୍ଦ ପଛର ରୋଚକ କାହାଣୀ |
ପ୍ରଥମ କଥା ସୁରକ୍ଷା ଦୃଷ୍ଟିକୋଣରୁ ଏହା ଲେଖାଯାଏ | ରାଜପଥରେ କୌଣସି ଟ୍ରକ ଯାଉଥିବାବେଳେ ଏହା ପଛପଟେ ଅନ୍ୟ ଗାଡି ମଧ୍ୟ ଯାଇଥାଏ | ପୂର୍ବରୁ ଓକେ ବଦଳରେ ଲାଇଟ ଲଗାଯାଉଥିଲା | ଟ୍ରକ ଡ୍ରାଇଭର ଯେତେବେଳେ ପଛରେ ଆସୁଥିବା ଗାଡ଼ିରୁ ହର୍ଣ୍ଣ ଶୁଣୁଥିଲେ ସେତେବେଳେ ସେ ଯଦି ଓଭରଟେକ ଦେବାକୁ ଚାଁହୁଥିଲେ ତେବେ ଲାଇଟ ଲଗାଇଦେଉଥିଲେ | ଯାହାଦ୍ୱାରା ପଛରେ ଆସୁଥିବା ଚାଳକ ଓଭରଟେକ କରୁଥିଲା |

Photo-Patrika

କୁହାଯାଏ ଓକେ ଶବ୍ଦ ବଦଳରେ ପୂର୍ବରୁ ଓଭରଟେକ(OK -OverTake ) ଲେଖାଯାଉଥିଲା | ଏହାର ଅର୍ଥ ଥିଲା କେହି ଯଦି ଚାଳକ କୌଣସି ଗାଡିକୁ ଓଭରଟେକ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ହର୍ଣ୍ଣ ବଜାଇ ସଚେତନ କରାଇବେ ଓ ପରେ ହିଁ ଓଭରଟେକ କରିବେ | ତେବେ OverTake ଶବ୍ଦ ବଡ ହେବାରୁ ଏହାକୁ ଛୋଟ କରାଯାଇ OK କରାଯାଇଥିଲା |

Photo-Patrika

ଆଉ କିଛି ଲୋକ କୁହନ୍ତି କିଛି ବର୍ଷ ତଳେ ଟାଟା ଅଏଲ ମିଲସ ଲିମିଟେଡ଼ ପକ୍ଷରୁ ଓକେ ନାମକ ଏକ ସାବୁନ ଲଞ୍ଚ କରାଯାଇଥିଲା | ଏହି ସାବୁନର ବିଜ୍ଞାପନ ପାଇଁ ଟାଟା ପକ୍ଷରୁ ଟ୍ରକ ପଛପଟେ ଓକେ ଲେଖି ପ୍ରଚାର କରାଯାଉଥିଲା | ଏହାଦ୍ୱାରା ସାବୁନର ତ ବିକ୍ରି ବଢିଥିଲା ଅନ୍ୟପଟେ OK ଶବ୍ଦ ଲୋକପ୍ରିୟ ହୋଇଯାଇଥିଲା |

ସମ୍ବନ୍ଧିତ ଖବର