ଜାଣନ୍ତୁ ଭାରତ ପାଇଁ କାହିଁକି ଜରୁରୀ ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧି ବ୍ୟବସ୍ଥା

ନୂଆଦିଲ୍ଲୀ : ଭାରତ-ରୁଷ ୧୯ତମ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ପରେ ରୁଷ-ଭାରତ ମଧ୍ୟରେ ୪୦୦୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ଭାରତକୁ ଅତ୍ୟାଧୁନିକ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇଦେବ। ଆମେରିକାର କଡ଼ା ଚେତାବନୀ ସତ୍ତ୍ବେ ଭାରତ ନିଜର ସୁରକ୍ଷା ଓ ଜାତୀୟ ସ୍ବାର୍ଥକୁ ଅଗ୍ରାଧକାର ଦେଇ ଏହି କ୍ଷେପଣାସ୍ତ୍ର କ୍ରୟ ଲାଗି ନିଷ୍ପତ୍ତି ନେଇଛି। ଆସନ୍ତୁ ଜାଣିବା କାହିଁକି ଏତେ ଗୁରୁତ୍ବପୂର୍ଣ୍ଣ ଏହି ଏସ୍-୪୦୦କ୍ଷେପଣାସ୍ତ୍ର।

– ପାକିସ୍ତାନ ନିକଟରେ ଯୁଦ୍ଧବିମାନ ଏଫ୍-୧୬ ସହ ୨୦ଟି ଫାଇଟର୍ ସ୍କ୍ୱାର୍ଡନ୍ ଓ ଚୀନ ନିର୍ମିତ ଜେ-୧୭ ଯୁଦ୍ଧବିମାନ ବହୁ ସଂଖ୍ୟାରେ ରହିଛି । ଏହାର ମୁକାବିଲା ପାଇଁ ଭାରତକୁ ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ବ୍ୟବସ୍ଥା ଜରୁରୀ।
– ବାୟୁସେନା ମୁଖ୍ୟଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତ ନିକଟରେ ପର୍ଯ୍ୟାପ୍ତ ପରିମାଣର ଲଢ଼ୁଆ ଜେଟ୍ ନାହିଁ, ଏହି କାରଣରୁ ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ବ୍ୟବସ୍ଥା ଭାରତର ପ୍ରମୁଖ ଆବଶ୍ୟକତା ।


– ୪୦୦ କିଲୋମିଟର୍ ଦୂରତାଯାଏଁ ରୁଷର ଏହି ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ବ୍ୟବସ୍ଥା ଯେ କୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଅକାମୀ କରିପାରିବ ।
– ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ବ୍ୟବସ୍ଥା ହେଉଛି ସବୁଠୁ ଅଧିକ ଶକ୍ତିଶାଳୀ ଓ ଆଧୁନିକ କ୍ଷେପଣାସ୍ତ୍ର ବିଧ୍ୱଂସକ ବ୍ୟବସ୍ଥା ।
– ଶତ୍ରୁପକ୍ଷର ମିସାଇଲ, ଲଢ଼ୁଆ ବିମାନ୍ ଓ ଡ୍ରୋନକୁ ଏହା ଠାବ କରିବା ସହ ଧ୍ୱଂସ ମଧ୍ୟ କରିପାରିବ ଓ ୧୦୦ରୁ ୩୦୦ଟି ରାଡାରକୁ ଚିହ୍ନଟ କରିବାରେ ଏହା ସକ୍ଷମ ।
– ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ବ୍ୟବସ୍ଥା ତିବ୍ଦତ ଓ ଲଦାଖରେ ଚୀନ ଗତିବିଧି ଉପରେ ଏହା ରଖିବ ତୀକ୍ଷ୍ଣ ନଜର ।
– ନିୟନ୍ତ୍ରଣ ରେଖା ଓ ପିଓକେରେ ପାକ୍ ଗତିବିଧିର ଏହା ଦେବ ସୂଚନା ।
– ଦକ୍ଷିଣ ଏସିଆରେ ଏହାଦ୍ୱାରା ଭାରତ ନିଜର ସ୍ଥିତି ମଜବୁତ୍ କରିବ ।

ସମ୍ବନ୍ଧିତ ଖବର