ଭଦୋଦରା : ଗୁଜରାଟର ପ୍ରମୁଖ ସହରମାନଙ୍କରେ ବାସ୍ତବରେ କେତେ ସଂଖ୍ୟାରେ କରୋନା ମୃତ୍ୟୁ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଭଦୋଦରାରେ ବିଭିନ୍ନ ପ୍ରମୁଖ ହସ୍ପିଟାଲ୍ରେ ହେଉଥିବା କରୋନା ମୃତ୍ୟୁ ଏବଂ ପୌର ନିଗମ ପକ୍ଷରୁ ଦିଆଯାଉଥିବା ତଥ୍ୟ ମଧ୍ୟରେ ବହୁତ ତଫାତ୍ ରହିଛି। ସୁରଟ୍ରେ ଦୈନିକ ୨୦ ଏବଂ ରାଜକୋଟ୍ରେ ୧୫ କରୋନା ମୃତ୍ୟୁ ହେଉଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଗୁଜରାଟର ସବୁଠୁ ବଡ଼ ହସ୍ପିଟାଲ୍ ତଥା ଭଦୋଦରାର ଏଏସ୍ଜି ହସ୍ପିଟାଲ୍ ଆଇସିୟୁରେ ଗତ ୭ ଦିନ ମଧ୍ୟରେ ୧୪୨ ମୃତ୍ୟୁ ହୋଇଥିଲା। ଅନ୍ୟ ଅର୍ଥରେ ଏହି ସରକାରୀ ହସ୍ପିଟାଲ୍ରେ ଦୈନିକ ପ୍ରାୟ ୨୦ ମୃତ୍ୟୁ ହେଉଛି। ସେହିପରି ଭଦୋଦରାର ଅନ୍ୟ ଏକ ହସ୍ପିଟାଲ୍ ତଥା ଜିଏମ୍ଇଆରଏସ୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ରେ ମଧ୍ୟ କରୋନା ମୃତ୍ୟୁ କିଛି କମ୍ ନାହିଁ। ଏହି ୨ଟି ଯାକ ହସ୍ପିଟାଲ୍ରେ ସପ୍ତାହକୁ ୩୦୦ରୁ ଅଧିକ କରୋନା ମୃତ୍ୟୁ ହେଉଛି। ତେବେ ପୌର ନିଗମ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ୬୦ ପ୍ରତିଶତ ମୃତ୍ୟୁ କମାଇ ଦର୍ଶାଯାଉଥିବାରୁ ବିବାଦ ବଢ଼ୁଛି।
ଗୁଜରାଟରେ କରୋନା ମୃତ୍ୟୁ ଏତେ କମ୍ କାହିଁକି?
/sambad/media/post_attachments/wp-content/uploads/2021/04/srhfhsffffffffffffffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)