ନୂଆଦିଲ୍ଲୀ :ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ଗତକାଲି ୧୦ ଲକ୍ଷ ଟପିଥିଲା। ପ୍ରତିଦିନ ମଧ୍ୟ ସଂକ୍ରମଣ ବଢ଼ୁଛି। କିନ୍ତୁ ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମ୍ ରହିଛି। ଆମେରିକା ଏବଂ ବ୍ରାଜିଲ୍ ପରେ ଭାରତର କୋଭିଡ୍ ମୃତ୍ୟୁ ସଂଖ୍ୟା ବିଶ୍ବରେ ସର୍ବାଧିକ ରହିଛି। କିନ୍ତୁ ଭାରତରେ ସଂକ୍ରମଣ ଏତେ ବଢ଼ୁଥିବାବେଳେ ମୃତ୍ୟୁସଂଖ୍ୟା କମ୍ ରହିବା ନେଇ ପ୍ରଶ୍ନ ଉଠିଛି। ଭାରତରେ ୧୩୦ କୋଟିରୁ ଅଧିକ ଜନସଂଖ୍ୟା। ଭାରତରେ ବସ୍ତି ଅଞ୍ଚଳ ଅଧିକ। ବଡ଼ ପରିବାରରେ ସାମାଜିକ ଦୂରତା ଅବଲମ୍ବନ କରିବା ବି କଷ୍ଟସାଧ୍ୟ। ସେହିପରି ସ୍ବଚ୍ଛତା ଅବଲମ୍ବନ କରିବା କିମ୍ବା ସ୍ବଚ୍ଛ ପାଣି ପାଇବା ଓ ଲଗାତାର ହାତ ଧୋଇବା ଅନେକ ଲୋକଙ୍କ ପାଇଁ ଅସମ୍ଭବ। ଏସବୁ ସତ୍ତ୍ବେ ଦେଶରେ ଏତେ ମୃତ୍ୟୁସଂଖ୍ୟା କମ୍ କିଭଳି। ଭାରତର ଅଧିକ ଯୁବ ଜନସଂଖ୍ୟା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । କାରଣ କରୋନା ଅଧିକ ବୟସ୍କଙ୍କ ଜୀବନ ନେଇଯାଉଛି। ଭାରତରେ ଅଧିକ ସଂଖ୍ୟାରେ ଯୁବକ ଅଛନ୍ତି। ତେଣୁ ସେଥିପାଇଁ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ମୃତ୍ୟୁସଂଖ୍ୟା କମ୍ ହୋଇଥାଇପାରେ। ସେହିପରି ଭାରତରେ ସଂକ୍ରମଣ ବହୁତ ବିଳମ୍ବରେ ବଢ଼ିଲା। ଅନ୍ୟ ରାଷ୍ଟ୍ରଠାରୁ ଭାରତ କିଛି ଶିକ୍ଷା ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରିଥିବାରୁ ମୃତ୍ୟୁସଂଖ୍ୟା କମିଛି ବୋଲି କୁହାଯାଉଛି। କିନ୍ତୁ ଏଭଳି ସ୍ଥିତିରେ କିଛି ରାଷ୍ଟ୍ର ଭାରତର ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କରୋନା ମହାମାରୀ ସଂକ୍ରାନ୍ତରେ ଭାରତ ସଠିକ୍ ସୂଚନା ଦେଉନାହିଁ ବୋଲି ସେମାନେ କହୁଛନ୍ତି। କେବଳ ଆମେରିକାରେ ଭାରତ ଠାରୁ ଅଧିକ ସଂକ୍ରମଣ ରହିଛି।
ଆମେରିକା, ବ୍ରାଜିଲ୍ ଅପେକ୍ଷା ଭାରତରେ କୋଭିଡ୍ ମୃତ୍ୟୁ କମ୍ କାହିଁକି?
/sambad/media/post_attachments/wp-content/uploads/2020/08/corona-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)