ପାଟନା: ବିହାର ବିଧାନସଭା ନିର୍ବାଚନ ଓ ୧୧ଟି ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନର ଫଳ ବହୁତ ବିଳମ୍ବରେ ଆସିଛି। ଅପରାହ୍ନ ୧ଟା ସୁଦ୍ଧା ବିହାରରେ ପ୍ରାୟ ୨୦ରୁ ୨୫ ପ୍ରତିଶତ ଭୋଟ୍ ଗଣତି ହୋଇଥିବା ବେଳେ ବିଳମ୍ବିତ ରାତି ସୁଦ୍ଧା ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନଥିଲା। ଚଳିତ ନିର୍ବାଚନରେ ଭୋଟ୍ ଗଣତି ପାଇଁ ଏତେ ଅଧିକ ସମୟ ଲାଗିବାର ଏକମାତ୍ର କାରଣ ହେଉଛି କରୋନା ମହାମାରୀ।
କରୋନା ପାଇଁ ନିର୍ବାଚନ କମିସନ୍ ଗୋଟିଏ ଭୋଟ୍ ବୁଥ୍ରେ ଭୋଟରଙ୍କ ସଂଖ୍ୟା ଅତି ବେଶୀରେ ୧ ହଜାରରୁ ୧୫୦୦ ରଖିଥିଲେ। ଏହାଦ୍ବାରା ଭୋଟ୍ ବୁଥ୍ ସଂଖ୍ୟା ବଢ଼ିଛି। ୨୦୧୫ ବିଧାନସଭା ନିର୍ବାଚନରେ ଭୋଟ୍ ବୁଥ୍ ସଂଖ୍ୟା ୭୩ ହଜାର ଥିଲା କିନ୍ତୁ ଚଳିତ ନିର୍ବାଚନରେ ଏହା ୧.୦୬ ଲକ୍ଷକୁ ବୃଦ୍ଧି ପାଇଛି । ଅଧିକ ନିର୍ବାଚନୀ ବୁଥ୍ ବଢ଼ିବା ଦ୍ବାରା ଇଭିଏମ୍ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ତେଣୁ ଭୋଟ୍ ଗଣତି ପାଇଁ ଅଧିକ ସମୟ ଲାଗୁଛି। ଭୋଟ୍ ଗଣତି କେନ୍ଦ୍ରରେ କରୋନା ନିୟମାବଳି ମଧ୍ୟ କଡ଼ାକଡ଼ି ଲାଗୁ କରାଯାଇଛି। ବିହାର ଭୋଟ୍ ଗଣତି ପାଇଁ ଅଧିକ ସମୟ ଲାଗୁଥିବାରୁ ସମ୍ପୂର୍ଣ୍ଣ ଫଳାଫଳ ଆସିବା ବିଳମ୍ବ ହେଉଛନ୍ତି। ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/VVPAT_UNI.jpg)