ନୂଆଦିଲ୍ଲୀ: ମୂଲ୍ୟବାନ ବୋଲି ମନେକରାଯାଉଥିବା ‘ଚନ୍ଦ୍ର ବରଫ’ ବିଷୟରେ ‘ଲାଣ୍ଡର୍ ବିକ୍ରମ’ ଓ ‘ରୋଭର୍ ପ୍ରଜ୍ଞାନ’ ସହାୟତାରେ ‘ଚନ୍ଦ୍ରଯାନ-୩’ ଅଭିଯାନ ଭାରତକୁ ସଦ୍ୟତମ ତଥ୍ୟ ଦେବ ବୋଲି ବୈଜ୍ଞାନିକମାନେ କହୁଛନ୍ତି।
ଚନ୍ଦ୍ରରେ ଜଳ ଅଛି ବୋଲି ୧୯୬୦ ଦଶକରୁ ବୈଜ୍ଞାନିକମାନେ ଅନୁମାନ କରିଆସୁଥିଲେ। କିନ୍ତୁ ‘ଆପୋଲୋ ଅଭିଯାନ’ ବେଳେ ସଂଗୃହୀତ ନମୁନାରୁ ଜଣାପଡ଼ିଲା ଯେ, ଚନ୍ଦ୍ର ଶୁଷ୍କ। ପରେ ୨୦୦୮ରେ ‘ଆପୋଲୋ’ ଆଣିଥିବା ନମୁନାରକୁ ନୂଆ ବୈଷୟିକ ଜ୍ଞାନକୌଶଳରେ ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ସେଥିରେ ଥିବା ‘ଭୋଲ୍କାନିକ୍ ଗ୍ଲାସ୍’ରେ ସ୍ବଳ୍ପ ପରିମାରଣ ‘ଉଦ୍ଜାନ’ ରହିଛି।
Image Courtesy of EcoWatch୨୦୦୯ରେ ‘ଚନ୍ଦ୍ରଯାନ-୧’ରେ ଯାଇଥିବା ‘ନାସା’ର ଏକ ଉପକରଣ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ବିଷୟରେ ସନ୍ଧାନ ଦେବା ପରେ ‘ଇସ୍ରୋ’ ଏ ଦିଗରେ ତତ୍ପରତା ଦେଖାଇଥିଲା। ଏହାପରେ ‘ନାସା’ ପ୍ରେରିତ ଏକ ମହାକାଶ ଯାନ ଚନ୍ଦ୍ରର ଦକ୍ଷିଣ ମେରୁ ଅନ୍ତର୍ଗତ ମାଟି ଭିତରେ ବରଫ ଥିବାର ସୂଚନା ଦେଇଥିଲା।
ଚନ୍ଦ୍ରରେ ଥିବା ଏହି ବରଫ-ଜଳ ଉଭୟ ସରକାର ଓ ଘରୋଇ ସଂସ୍ଥାମାନଙ୍କ ପାଇଁ ମୂଲ୍ୟବାନ। ବରଫ ପାଲଟି ଯାଇଥିବା ଏହି ଆଦିମ ଜଳ ଆମକୁ ଚନ୍ଦ୍ରରେ ଆଗ୍ନେୟଗିରି ଉଦ୍ଗୀରଣର ରେକର୍ଡ ଓ ଚନ୍ଦ୍ରରୁ ଧୂମକେତୁ ଓ ଗ୍ରହାଣୁଦ୍ବାରା ପୃଥିବୀକୁ ଆସିଥିବା ପଦାର୍ଥ ବିଷୟରେ ସୂଚନା ଦେବ। ପୃଥିବୀରେ ସମୁଦ୍ର କେମିତି ହେଲା, ତା’ର ଉତ୍ତର ମଧ୍ୟ ସେଥିରୁ ମିଳିବାର ସମ୍ଭାବନା ରହିଛି।
ଏହାଛଡ଼ା, ଭବିଷ୍ୟତର ଚନ୍ଦ୍ର ଅଭିଯାନରେ ଏହି ବରଫ ଜଳକୁ ମଣିଷ ପାନୀୟ ଭାବେ ବ୍ୟବହାର କରିପାରିବ। ଚନ୍ଦ୍ରପୃଷ୍ଠକୁ ଛଡ଼ାଯାଉଥିବା ସାମଗ୍ରୀଗୁଡ଼ିକୁ ଶୀତଳ ରଖି ଦୀର୍ଘଜୀବୀ କରିବାରେ ମଧ୍ୟ ଏହି ବରଫ ସହାୟକ ହେବ ବୋଲି ବୈଜ୍ଞାନିକମାନେ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/e30f1b0e-d76f-4ce5-b683-87b346ea2981.jpg)