ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ହାଭାର୍ଡ କେନେଡି ସ୍କୁଲ୍ ପ୍ରଫେସର୍ ନିକୋଲାସ୍ ବର୍ନ୍ସଙ୍କ ସହ ଭର୍ଚୁଆଲ୍ ବୈଠକରେ ଯୋଗ ଦେଇ ‘ଗଣତାନ୍ତ୍ରିକ ବିଚାର’ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଭାରତ ଓ ବିଶ୍ବର ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକଙ୍କ ସ୍ବାଧୀନତା ଓ ଅଧିକାର ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ ରାହୁଲ ଆମେରିକାର ଗଣତନ୍ତ୍ରକୁ ପ୍ରଶଂସା କରିଥିବା ବେଳେ ଭାରତରେ ଗଣତନ୍ତ୍ର ବିପଦରେ ଥିବା କହିଛନ୍ତି। ଭାରତରେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବିଜେପି କବ୍ଜା କରିନେଇଥିବା ସେ କହିଛନ୍ତି। କିନ୍ତୁ ଭାରତରେ ଘଟୁଥିବା ଘଟଣା ପାଇଁ ଆମେରିକା କାହିଁକି ନିରବ ରହିଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ଭାରତର ବିପନ୍ନ ଗଣତନ୍ତ୍ର ନେଇ ଆମେରିକା ନିରବ କାହିଁକି: ରାହୁଲ
/sambad/media/post_attachments/wp-content/uploads/2021/04/rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)