ନୂଆଦିଲ୍ଲୀ: ନିଖୋଜ ଭାରତୀୟ ଛାତ୍ରୀ ସୁଦୀକ୍ଷା କୋନାଙ୍କିର ପିତାମାତା ଚାହାଁନ୍ତି ଯେ ସେମାନଙ୍କ ଝିଅକୁ ମୃତ ଘୋଷଣା କରାଯାଉ ବୋଲି। ତାହାର କାରଣ ହେଉଛି, ସେମାନେ ବିଶ୍ବାସ କରନ୍ତି କି ସେମାନଙ୍କ ଝିଅ ଆଉ ଜୀବିତ ନାହିଁ। ଯେଉଁ କାରଣରୁ ଆଉ ନିଖୋଜ ବୋଲି ଖବର ପ୍ରଚାର ନକରାଯାଇ ତାଙ୍କୁ ମୃତ ଘୋଷଣା କରି ତଦନ୍ତ ଜୋର୍ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସୁଦୀକ୍ଷାଙ୍କ ବାପାମାଆ।
କୋନାଙ୍କିର ଶୋକାକୁଳ ପିତାମାତାଙ୍କ ଇଚ୍ଛାକୁ ସମର୍ଥନ କରାଯାଉଛି ବୋଲି ଭର୍ଜିନିଆର ଲାଉଡାଉନ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।
କୋନାଙ୍କି ମାର୍ଚ ୬ ତାରିଖରେ ଡୋମିନିକାନ୍ ରିପବ୍ଲିକ୍ ପୁଣ୍ଟା କାନା ବେଳାଭୂମିରୁ ନିଖୋଜ ହେବା ପରଠାରୁ ତାଙ୍କ ମୃତଦେହ ମିଳିନାହିଁ। ସିଏନଏନ ଦ୍ୱାରା ପ୍ରାପ୍ତ ଏକ ଚିଠିରେ କୋନାଙ୍କି ପରିବାର କହିଛି ଯେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା ଦ୍ୱାରା ସମ୍ବନ୍ଧିତ ମାମଲାଗୁଡ଼ିକର ସମାଧାନ କରିବାରେ ସାହାଯ୍ୟ ମିଳିବ।
ତଦନ୍ତକାରୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଝିଅ ବୁଡ଼ିଯାଇଛି ଏବଂ କୌଣସି ଅପରାଧିକ ପ୍ରମାଣ ମିଳିନାହିଁ। ତେଣୁ ସୁଦୀକ୍ଷାଙ୍କ ବାପାମାଆ କର୍ତ୍ତୃପକ୍ଷଙ୍କୁ "ତାଙ୍କ ମୃତ୍ୟୁର ଆଇନଗତ ଘୋଷଣା ସହିତ ଆଗକୁ ବଢ଼ିବା" ପାଇଁ ଅନୁରୋଧ କରିଛନ୍ତି।