ନୂଆଦିଲ୍ଲୀ : ହିମାଳୟ କୋଳରେ ଥିବା କ୍ଷୁଦ୍ର ଦେଶ ନେପାଳକୁ ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚା ଜାରି ରହିଛି । ଚର୍ଚ୍ଚାର କାରଣ ହେଉଛି ସେଠାରେ ଦେଖାଦେଇଥିବା ହିଂସାତ୍ମକ ବିଦ୍ରୋହ । ଗଣତନ୍ତ୍ର ସ୍ଥାପନ ପରେ ସେଠାକାର ରାଜନୈତିକ ନେତାମାନେ କରିଥିବା ଦୁର୍ନୀତିର ବିରୋଧରେ ଏହି ଆନ୍ଦୋଳନ କରୁଛନ୍ତି ଯୁବପିଛି ।
କିନ୍ତୁ ନେପାଳ ସଂପର୍କରେ ଏକ ପୁରୁଣା କଥା ଏଠାରେ ଉପସ୍ଥାପନ କରୁଛୁ । ଦିନେ ଭାରତର ଅଂଶ ହେବାକୁ ପ୍ରସ୍ତାବ ଦେଇଥିଲେ ନେପାଳ ନରେଶ ତ୍ରିଭୁବନ ସାହା। କିନ୍ତୁ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଭାରତ ସହିତ ମିଶ୍ରଣ ପ୍ରସ୍ତାବକୁ ପଣ୍ଡିତ ଜବାହରଲାଲ ନେହରୁ ପ୍ରତ୍ୟାଖ୍ୟାନ କରିଥିବା କଥାକୁ ପ୍ରଣବ ମୁଖର୍ଜୀ ତାଙ୍କ ‘ଦ ପ୍ରେସିଡେନ୍ସିଆଲ୍ ଇୟର୍ସ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ କୁହାଯାଇଛି ଯେ ନେପାଳର ରାଜା ତ୍ରିଭୁବନ ଭାରତର ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ନେହେରୁ ଭାରତୀୟ ବିସ୍ତାରବାଦକୁ ନାକଚ କରି ନେପାଳର ସ୍ୱାଧୀନତା ଓ ସ୍ୱାଭିମାନକୁ ଅଗ୍ରଗଣ୍ୟ କରିଥିଲେ। ନେହେରୁଙ୍କ ମତ ଥିଲା ଯେ ନେପାଳ ଏକ ସାର୍ବଭୌମ ରାଷ୍ଟ୍ର ହେଉ ଓ ଭାରତ ସହ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରଖୁ । ପ୍ରଣବବାବୁଙ୍କ ମତାନୁସାରେ, ଯଦି ନେହେରୁଙ୍କ ସ୍ଥାନରେ ଇନ୍ଦିରା ଗାନ୍ଧୀ ଥାନ୍ତେ, ତେବେ ସେ ଏହି ସୁଯୋଗକୁ ହାତଛଡ଼ା କରିନଥାନ୍ତେ । ଯେପରି ସେ ସିକ୍କିମକୁ ଭାରତରେ ମିଶ୍ରଣ କରିଥିଲେ, ସେହିପରି ନେପାଳକୁ ବି ଭାରତରେ ମିଶାଇ ଦେଇଥାନ୍ତେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/11/new-ew-2025-09-11-18-16-09.jpg)