କଶ୍ମୀର ମୁସଲିମଙ୍କ ମାନବ ଅଧିକାର କଥା କହୁଛ, ଚୀନରେ ଅତ୍ୟାଚାର ସହୁଥିବା ମୁସଲିମଙ୍କ କଥା କାହିଁକି ଭୁଲିଯାଉଛ ? ପାକିସ୍ତାନକୁ ଆମେରିକାର ପ୍ରଶ୍ନ

ନ୍ୟୁୟର୍କ : ଆମେରିକାରେ ପାକିସ୍ତାନ ଆଜି ପୁଣି ହଟହଟା ହୋଇଛି । ସବୁବେଳେ କଶ୍ମୀରର ମୁସଲମାନଙ୍କ କଥା କହୁଥିବା ପାକିସ୍ତାନ ଚୀନରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କାହିଁକି ଚୁପ ରହିଛି ବୋଲି ଆମେରିକା ପ୍ରଶ୍ନ କରିଛି ? ଦକ୍ଷିଣ ଓ କେନ୍ଦ୍ର ଏସିଆ ପାଇଁ ଆମେରିକାର ଉପ ସଚିବ ଆଲିସ େଓ୍ଵଲ୍ସ ଜାତିସଂଘର ୭୪ତମ ସାଧାରଣ ବୈଠକ ଅବସରରେ ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି ଯେ ପାକିସ୍ତାନ ସବୁବେଳେ କଶ୍ମୀରର ମୁସଲମାନଙ୍କ କଥା ଉଠାଉଛ, କିନ୍ତୁ ଚୀନର ଉଇଘର ମୁସଲିମଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ ରହୁଛି ।

ସେ କହିଛନ୍ତି ଯେ ପଶ୍ଚିମ ଚୀନର ସିଂଜିଆଙ୍ଗ ରାଜ୍ୟରେ ପ୍ରାୟ ୧୦ ଲକ୍ଷ ମୁସଲିମଙ୍କ ପ୍ରତି ମଧ୍ୟ ପାକିସ୍ତାନ ସମାନ ସମବେଦନା ଦେଖାଉ । କେବଳ କଶ୍ମୀର ମୁସଲିମଙ୍କ ମାନବ ଅଧିକାର ରହିଛି, ଅନ୍ୟ ମୁସଲିମଙ୍କର ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର