କାହିଁକି ହାରିଲେ ରାହୁଲ ସ୍ୱତନ୍ତ୍ର ଟିମ ଖୋଜିବ କାରଣ

ନୂଆଦିଲ୍ଲୀ: ନିଜର ପାରମ୍ପରିକ ସିଟ ଅମେଥିରୁ କାହିଁକି ହାରିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ| ବିଜେପିର ସ୍ମୃତି ଇରାନୀଙ୍କ କଣ କୌଶଳ ରାହୁଲଙ୍କୁ ପରାଜିତ କଲା | ତାହାର କାରଣ ଖୋଜିବ କଂଗ୍ରେସ | କିଛି ଏଭଳି ନିଷ୍ପତ୍ତି ନିଆଯାଇଛି | କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ଜୁବେର ଖାନ ଓ ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ କିଶୋରୀଲାଲ ଶର୍ମା ଏହି ଦାୟିତ୍ୱ ନେଇଛନ୍ତି | ଦୁଇ ନେତା ଏବେ ଅମେଥିରେ ଡେରା ପକେଇଛନ୍ତି | ସେଠାକାର ଭୋଟରଙ୍କୁ ଭେଟିବା ସହ କଂଗ୍ରେସର ତୃଣମୂଳ କର୍ମୀଙ୍କ ସହ ଆଲୋଚନା ବି କରିବେ|

କୁହାଯାଉଛି ଅମେଥିରେ ରାହୁଲ ଙ୍କ ପରାଜୟକୁ ନେଇ ଖୋଦ ରାହୁଲ ଓ କଂଗ୍ରେସ ଚିନ୍ତାରେ ଅଛି | କାରଣ ଅମେଥି କଂଗ୍ରେସର ଗଡ଼ ଭାବେ ପରିଚିତ | କିନ୍ତୁ ଏଥର ସ୍ମୃତି ରାହୁଲଙ୍କୁ ପରାଜିତ କରିଥିଲେ | ୫୫ ହଜାର ରୁ ଅଧିକ ଭୋଟ ରେ ସ୍ମୃତି ବିଜୟ ପାଇଥିଲେ | ୨୦୧୪ ରେ ବି ସ୍ମୃତି ରାହୁଲଙ୍କ ବିରୋଧରେ ଛିଡା ହୋଇଥିଲେ | କିନ୍ତୁ ହାରିଯାଇଥିଲେ | ଏହା ପରେ ସ୍ମୃତି ଅମେଥିକୁ ଘନ ଘନ ଗସ୍ତ କରି ଲୋକଙ୍କ ପାଖକୁ ସିଧାସଳଖ ଯାଇଥିଲେ |

ଉତ୍ତରପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ରାଜୀବ ସିଂ କହିଛନ୍ତି ଏହି ଦୁଇ ଜଣ ପ୍ରତିନିଧି ଅମେଥି ର ସବୁ ପଞ୍ଚାୟତ ଓ ବ୍ଲକର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ| କେଉଁଠି କମ ରହିଲା ତାହାକୁ ବୁଝିବେ ଓ ରାହୁଲଙ୍କୁ ରିପୋର୍ଟ ଦେବେ | ଏଠାରେ ସୂଚନା ଥାଉ କି ଅମେଥି ସହ ଦେଶରେ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ବେଶ ଚିନ୍ତାରେ ଅଛନ୍ତି ରାହୁଲ | ଯାହାପାଇଁ ସେ ଇସ୍ତଫା ଦେବାକୁ ମଧ୍ୟ ଅଡ଼ି ବସିଛନ୍ତି |

ସମ୍ବନ୍ଧିତ ଖବର