ଏସ-୪୦୦ ଭାରତକୁ ଆସିବା ପରେ ପାକିସ୍ତାନର ସବୁ ମିସାଇଲ ଅକାମୀ ହୋଇଯିବ

ନୂଆଦିଲ୍ଲୀ : ଆମେରିକାର ବାରମ୍ବାର ଧମକ ସତ୍ତ୍ୱେ ଭାରତ ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନସ ସିଷ୍ଟମ କିଣିବାକୁ ଯାଉଛି । ଏଥିପାଇଁ ଆମେରିକା ମଧ୍ୟ ଭାରତ ଉପରେ କଟକଣା ଧମକ ଦେଇଛି । ତେବେ କାହିଁକି ଭାରତ ଏହି ଏସ-୪୦୦ କିଣିବାକୁ ଏତେ ଆତୁର ହେଉଛି ? ବିଶେଷଜ୍ଞଙ୍କ ମତରେ ଏସ-୪୦୦ କିଣିବା ଛଡା ଭାରତ ପାଖରେ ଆଉ କୌଣସି ଉପାୟ ନଥିଲା । କାରଣ ପାକିସ୍ତାନ ଓ ଚୀନ ପଟୁ ଆସିବାକୁ ଥିବା ମିସାଇଲ ବା ଲଢୁଆ ବିମାନକୁ ଅଟକେଇବା ପାଇଁ ଭାରତ ପାଖରେ କିଛି ସାଧନ ନଥିଲା । ଏଣୁ ଏହାକୁ କିଣିବା ପାଇଁ ଭାରତ ଏକରକମ ବାଧ୍ୟ ଥିଲା ।

ପ୍ରତିରକ୍ଷା ବିଶେଷଜ୍ଞ ମେଜର ଜେନେରାଲ ପିକେ ସେହଗଲ କହିଛନ୍ତି ଯେ ଚୀନ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂପର୍କ ଭାରତ ପାଇଁ ଚିନ୍ତାର ବିଷୟ । ଏଣୁ ଭାରତ ପାଇଁ ଏସ-୪୦୦ର ଆବଶ୍ୟକତା ବଢିଯାଇଛି । ଏଥିରେ ୪ ଅଲଗା ଅଲଗା ପ୍ରକାରର ମିସାଇଲ ଲାଗିଛି । ସେଗୁଡିକ ଯଥାକ୍ରମେ ୪୦୦, ୨୫୦,୧୨୦ ଓ ୪୦ କିଲୋମିଟର ଦୂରକୁ ମାଡ କରିପାରିବ । ଏଣୁ ସମଗ୍ର ପାକିସ୍ତାନରୁ ବା ଚୀନର ଏକ ବଡ଼ ଭାଗରୁ ଏକ ମିସାଇଲ ଉଠିଲେ ତାହାକୁ ଧ୍ୱଂସ କରିଦେବ ଏସ-୪୦୦ ।ଭାରତ ଏସ-୪୦୦ ମୃତୟନ କରିବା ପରେ ଏପ୍ରକାରେ ପାକିସ୍ତାନର ବାୟୁସୀମାକୁ ନିୟନ୍ତ୍ରଣ କରିବା ସ୍ଥିତିରେ ଆସିଯିବ । ଏହାର ଅର୍ଥ ହେଉଛି ପାକିସ୍ତାନରେ କୌଣସି ମିସାଇଲ ବା ଲଢୁଆ ବିମାନ ଉଠିବା ପୂର୍ବରୁ ଭାରତ ତାହାକୁ ନଷ୍ଟ କରିଦେବାର କ୍ଷମତା ପାଇଯିବ ।

ସମ୍ବନ୍ଧିତ ଖବର