ଜାଣନ୍ତୁ କାହିଁକି ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ନିକଟସ୍ଥ ସ୍କୁଲ୍‌ଗୁଡ଼ିକ ହେବ ସାଉଣ୍ଡ୍‌ପ୍ରୁଫ୍‌

ଡେରାଡୁନ୍‌: କେଦାରନାଥରୁ ପ୍ରାୟ ୪୫ କିଲୋମିଟର ଦୂର ନାରାୟଣକୋଟି ଗାଁର କୁନି ଝିଅ ଖୁସ୍‌ବୁକୁ ସ୍କୁଲ୍‌ରେ ପାଠ ପଢ଼ା ସମୟରେ ଆକାଶକୁ ଚାହିଁ ଉପରେ ଉଡୁଥିବା ହେଲିକପ୍ଟର ଦେଖିବାକୁ ପଡୁଥିଲା। ଖୁସୁବରୁ ଗାଁ ସ୍କୁଲ୍‌ ସେଇ ମାର୍ଗରେ ପଡୁଥିଲା ଯେଉଁ ମାର୍ଗରେ ପ୍ରସିଦ୍ଧ ଶୈବ ପୀଠ କେଦାରନାଥର ଯାତ୍ରୀ ହେଲିକପ୍ଟରରେ ବସି ଉଡ଼ି ଉଡ଼ି ଯାଉଥିଲେ। ମାତ୍ର ଏବେ ଆଉ ଖୁସ୍‌ବୁକୁ ହେଲିକପ୍ଟର ଶବ୍ଦ ଶୁଣିବାକୁ ପଡ଼ିବ ନାହିଁ।

ଉତ୍ତରଖଣ୍ଡର ରୁଦ୍ରପ୍ରୟୋଗ ଜିଲ୍ଲାର ୯ଟି ସରକାରୀ ସ୍କୁଲ୍‌ର କ୍ଲାସ୍‌ରୁମ୍‌ରେ ସାଉଣ୍ଡ୍‌ପ୍ରୁଫ୍‌ କାଚ ଲଗାଯିବାର ଯୋଜନା କରାଯାଇଛି। ଛଅ ମାସର ଊର୍ଧ୍ୱ ଦିନ ଧରି ଚାଲୁଥିବା ଚାରି ଧାମ ଯାତ୍ରାରେ ସେଠାକାର ଛାତ୍ରଛାତ୍ରୀମାନେ ପୂର୍ବରୁ ବହୁ ଅସୁବିଧାର ସାମ୍ନା କରିଛନ୍ତି। ଏବେ ଆଉ ସେ ସବୁ ଅସୁବିଧାକୁ ସାମ୍ନା କରିବାକୁ ପଡ଼ିବ ନାହିଁ। ହେଲିକପ୍ଟରକୁ ସଂଚାଳନ କରୁଥିବା କମ୍ପାନି ପକ୍ଷରୁ ସ୍କୁଲ୍‌ଗୁଡ଼ିକୁ ସାଉଣ୍ଡ୍‌ପ୍ରୁଫ୍‌ କାଚ ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି।

କେଦାରନାଥ ନିକଟସ୍ଥ ଫାଟା, ଗୁପ୍ତକାଶୀ, ଗୌରୀକୁଣ୍ଡ, ସୋନପ୍ରୟୋଗ ଓ ନାରାୟଣକୋଟି ଆସି ଅଞ୍ଚଳର ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିବା ପରେ ଏହି ନିଷ୍ପତ୍ତି ହୋଇଛି। ସେମାନେ ଅଭିଯୋଗ ଆଣିଛନ୍ତି କି ଦେହନିକ ୬୦ ଥର ଯାତାୟତ କରୁଥିବା ଏହି ହେଲିକପ୍ଟର ସେହି ବାଟ ଦେଇ ଗଲାବେଳେ ଶିକ୍ଷକଙ୍କ କଣ୍ଠସ୍ୱର ଆଉ ଶୁଭେ ନାହିଁ। ଫଳରେ ପାଠପଢ଼ାକୁ ପ୍ରଭାବିତ କରୁଛି।

ସମ୍ବନ୍ଧିତ ଖବର