ଏଠାରେ ସ୍କୁଲ ଛୁଟି ହେବା ପରେ ଘରକୁ ଯାଆନ୍ତି ନାହିଁ ଏହି ଛାତ୍ର, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ସାଧାରଣ ଭାବରେ ଏହା ଦେଖାଯାଏ କି ସବୁ ସ୍ଥାନରେ ସ୍କୁଲ ଛୁଟି ହେବା ପରେ ପିଲାମାନେ ନିଜ ନିଜ ଘରକୁ ଯାଇଥାନ୍ତି । ଏମିତି ବି କିଛି ପିଲା ନିଜ ଘରକୁ ଫେରିବା ପାଇଁ ଛୁଟି ହେବାର ବାଟକୁ ଚାହିଁ ବସିଥାନ୍ତି । କିନ୍ତୁ ଦିଲ୍ଲୀର ମୁଖାର୍ଜୀ ନଗରରେ ଏକ ଏପରି ସ୍କୁଲ ରହିଛି; ଯେଉଁଠି ସ୍କୁଲର ଜଣେ ଛାତ୍ର ସ୍କୁଲ ଛୁଟି ହେବା ପରେ ଘରକୁ ଯାଆନ୍ତି ନାହିଁ ।

oneindia.com

ସୂଚନା ମୁତାବକ, ଛାତ୍ରର ନାମ ସୁମିତ୍‌ ରାଜ ବୋଲି ଜଣା ପଡ଼ିଛି । ସୁମିତ୍‌ ପଢ଼ୁଥିବା ସ୍କୁଲଟି ଦିନ ୨ଟାରେ ବନ୍ଦ ହୋଇ ଯାଇଥାଏ । କିନ୍ତୁ ୨ଟା ପରେ ସେ ଘରକୁ ନ ଯାଇ ସ୍କୁଲରେ ରହିଥାନ୍ତି । ଏପରି ସ୍କୁଲ ଛୁଟି ହେବା ପରେ ସ୍କୁଲରେ ରହିବାର କାରଣ ପଚାରାଯିବା ପରେ, ମୁଁ ବଡ଼ ହୋଇ ଭଲ ଇଞ୍ଜିନିୟର ହେବା ପାଇଁ ଚାହୁଁଛି । ଯାହା ପାଇଁ ସ୍କୁଲ ଛୁଟି ହେବା ପରେ ମୁଁ ଘରକୁ ନ ଯାଇ ସ୍କୁଲରେ ରହି ଇଲେକ୍ଟ୍ରିକ୍‌ ଜିନିଷ ସହ ଜଡ଼ିତ ଜିନିଷ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାଏ । କିଛି ଦିନ ହେବ ମୁଁ ଏପରି କରିବା ଆରମ୍ଭ କରିଛି । ଏଇ କିଛି ଦିନ ମଧ୍ୟରେ ମୁଁ ଅନେକ କିଛି ଶିଖି ପାରିଛି ବୋଲି କହିଛନ୍ତି ସୁମିତ୍‌ ।

ସମ୍ବନ୍ଧିତ ଖବର