ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ: ସଂପୃକ୍ତ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ କମିଶନ ନିଲମ୍ବନ କରିବା ପରେ ଆରମ୍ଭ ହେଲା ରାଜନୈତିକ ବିତର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟରକୁ ଯାଞ୍ଚ କରିବା ଘଟଣାରେ ସଂପୃକ୍ତ ଥିବା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ କମିଶନ ନିଲମ୍ବନ କରିବାର ଦିନକ ପରେ ଏହାକୁ ନେଇ ଏବେ ଦେଶରେ ରାଜନୈତିକ ବତର୍କ ଆରମ୍ଭ ହୋଇଛି। ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ତାଙ୍କର କର୍ତ୍ତବ୍ୟ ସଂପାଦନ କରିଥିବା ବେଳେ ନିର୍ବାଚନ କାହିଁକି ଓ କେଉଁ କାରଣ ପାଇଁ ତାଙ୍କୁ ନିଲମ୍ବନ କଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି ଉଠିଛି।

କଂଗ୍ରେସ ଦଳ ପକ୍ଷରୁ ଏହାର ବରିଷ୍ଠ ନେତା ତଥା ପ୍ରବକ୍ତା ଅହମ୍ମଦ ପଟେଲ କହିଛନ୍ତି ଯେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରତିଟି ନିର୍ବାଚନରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପର୍ଯ୍ୟବେକ୍ଷକ ଭାବେ ପାଇଥାଆନ୍ତି। ଏବଂ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର କାରକେଡ୍‌, ହେଲିକପ୍ଟର ଇତ୍ୟାଦିକୁ ଯାଞ୍ଚ କରିବା ହେଉଛି ସେମାନଙ୍କ କାର୍ଯ୍ୟ ଓ ଦାୟିତ୍ୱର ଏକ ଅଂଶ। ପୂର୍ବରୁ ମଧ୍ୟ ଅନେକ ପର୍ଯ୍ୟବେକ୍ଷକ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର କାରକେଡ୍‌, ହେଲିକପ୍ଟରକୁ ନିର୍ବାଚନ ପ୍ରଚାର କାଳରେ ଯାଞ୍ଚ କରିଥିବାର ନିଜିର ରହିଛି। ତେଣୁ, ଏହି ପରିପ୍ରେକ୍ଷୀରେ, ଓଡ଼ିଶାର ସମ୍ବଲପୁର ଠାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଯୁକ୍ତ କର୍ଣ୍ଣାଟକ କ୍ୟାଡରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ମହମ୍ମଦ ମହସିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରିବା ଘଟଣାରେ କାହିଁକି ନିଲମ୍ବନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଅହମ୍ମଦ ପଟେଲ।


ଅପରପକ୍ଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ ଘଟଣା ଦୃଷ୍ଟିକୁ ଆସିବା ପରେ ସଂପୃକ୍ତ ସଂପୃକ୍ତ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନ୍‌ଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ତେବେ, ଘଟଣା ସଂପର୍କର୍ରେ କମିଶନଙ୍କ ପକ୍ଷରୁ ଏବେ ବି ତଦନ୍ତ ଅବ୍ୟାହତ ରହିଛି।

ସମ୍ବନ୍ଧିତ ଖବର