ତାଇଓ୍ବାନ ଚୀନର ଶତ୍ରୁ କାହିଁକି ?

ନୂଆଦିଲ୍ଲୀ : ଆମେରିକା ପ୍ରତିନିଧି ସଭାର ସଭାପତି ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ଏହା ଆଗାମୀ ଦିନରେ ଏକ ଯୁଦ୍ଧର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ତାଇଓ୍ବାନ ଚାରିପଟେ ଚୀନ ନିଜର ସାମରିକ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଦେଇଛି । ତାଇଓ୍ବାନ ମଧ୍ୟ ନିଜର ସେନାକୁ ପ୍ରସ୍ତୁତ ରଖିଛି ।

 ଚୀନ ଓ ତାଇଓ୍ବାନ ମଧ୍ୟରେ ଏତେ ଶତ୍ରୁତା କାହିଁକି ?

ତାଇଓ୍ବାନ ପୂର୍ବରୁ ଚୀନର କ୍ବିଙ୍ଗ ରାଜବଂଶ ଦ୍ବାରା ଶାସିତ ହେଉଥିଲା । ୧୮୯୫ରେ ହୋଇଥିବା ଚୀନ-ଜାପାନ ଯୁଦ୍ଧରେ ଜାପାନ ବିଜୟୀ ହେବା ସହ ତାଇଓ୍ବାନକୁ ଅଧିକାର କରିଥିଲା । ଏହା ପରେ ଜାପାନ ବେଶ କିଛି ବର୍ଷ ଧରି ତାଇଓ୍ବାନକୁ ଶାସନ କରିଥିଲା ଓ ଏହାକୁ ଏକ ସାମରିକ ଘାଟିରେ ପରିଣତ କରିଥିଲା । ୧୯୪୫ରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନର ପରାଜୟ ପରେ ତାଇଓ୍ବାନ ପୁଣି ଚୀନ ଅଧିନକୁ ଆସିଥିଲା । କୁମିଙ୍ଗଟାଙ୍ଗ(କେଏମଟି)ଙ୍କ ନେତୃତ୍ବରେ ରିପବ୍ଲିକ ଅଫ ଚାଇନା ତାଇଓ୍ବାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ତେବେ ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧରେ କମ୍ୟୁନିଷ୍ଟ ଦଳ ବିଜୟୀ ହୋଇଥିଲା, ଫଳରେ କେଏମଟିଙ୍କ ନେତୃତ୍ବରେ ରିପବ୍ଲିକ ଅଫ ଚାଇନା (ଆରଓସି) ଦଳ ତାଇଓ୍ବାନକୁ ପଳାଇ ତାହାକୁ ଏକ ସ୍ବତନ୍ତ୍ର ଦେଶ ଘୋଷଣା କଲା । ୧୯୮୦ ଦଶକରେ ତାଇଓ୍ବାନ ଏକ ଗଣତନ୍ତ୍ରରେ ପରିଣତ ହେଲା ଓ ୧୯୯୬ରେ ସେଠାରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ହେଲା ।

ଅନ୍ୟପକ୍ଷରେ ଚୀନକୁ ଏବେ ବି ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟି ତାଇଓ୍ବାନକୁ ଚୀନର ଅଂଚଳ ବୋଲି କହୁଛି । ଦିନେ ନା ଦିନେ ଏହାକୁ ଅଧିକାର କରି ମୂଳ ଭୂଖଣ୍ଡରେ ମିଶାଇବାକୁ ଚୀନ ଲକ୍ଷ୍ୟ ରଖିଛି ।

 

ସମ୍ବନ୍ଧିତ ଖବର