ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ସଂକଟର ଶୁଣାଣି ଅବ୍ୟାହତ ରହିଛି । ଜଷ୍ଟିସ ରମନ୍ନା, ଅଶୋକ ଭୂଷଣ ଓ ସଂଜୀବ ଖନ୍ନାଙ୍କୁ ନେଇ ଗଠିକ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ପ୍ରଥମେ ରାଜ୍ୟପାଳଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖିଥିଲେ । ଏହା ପରେ ଏବେ ଅଜିତ ପାଓ୍ଵାରଙ୍କ ଓକିଲ ମନିନ୍ଦର ସିଂ କହିଥିଲେ ଯେ ଏନସିପି ବିଧାୟକ ଦଳ ନେତାଭାବେ ସେ ୫୪ ବିଧାୟକଙ୍କ ପକ୍ଷରୁ ସମର୍ଥନ ପ୍ରଦାନ କରିଥିଲେ । ଏହା ତାଙ୍କ ଅଧକାରଭୁକ୍ତ ।

Advertisment

ଶିବସେନା ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ରାଜ୍ୟପାଳ ଏତେ ତରବର ହେବାର କାରଣ କଣ ? ସେ କ’ଣ ୨୪ ଘଣ୍ଟା ଅପେକ୍ଷା କରିପାରିଲେ ନାହିଁ ? ସକାଳ ୫ଟା ୪୭ ମିନଟରେ ରାଷ୍ଟ୍ରପତି ଶାସନ ଉଠାଯିବାର କଣ ଜରୁରୀ ଥିଲା ? ସେହିପରି ଏନସିପି ପକ୍ଷରୁ ଲଢୁଥିବା ଅଭିଷେକ ମନୁସିଂଘଭୀ କହିଛନ୍ତି ଯେ ଏନସିପିର ଯେଉଁ ୫୪ ବିଧାୟକ ଦସ୍ତଖତ କରିଛନ୍ତି ସେମାନେ କେଉଁଠାରେ ମଧ୍ୟ ବିଜେପିକୁ ସମର୍ଥନ କରିବା କଥା କହିନାହାନ୍ତି ।