୨୦ ବର୍ଷ ତଳେ ଶିମ୍ଲାରେ ଯେଉଁଠି କଫି ପିଉଥିଲେ, ପୁଣି ସେଠାରେ କଫିର ସ୍ୱାଦ ନେଲେ ମୋଦି
ନୂଆଦିଲ୍ଳୀ: ପ୍ରତି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଭ୍ରମଣ କରୁଥିଲେ ମଧ୍ୟ ନିଜ ପୁରୁଣା ସ୍ମୃତିକୁ ଭୁଲି ନାହାନ୍ତି । ନିଜର ସରଳ ଜୀବନ ଶୈଳୀ ପାଇଁ ଜଣା ଯାଉଥିବା ନରେନ୍ଦ୍ର ମୋଦି ସବୁବେଳେ ନିଜ ମାଟିକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ ।ବିଦେଶ ବୁଲୁଥିଲେ ମଧ୍ୟ ତାଙ୍କର ପସନ୍ଦର ସ୍ଥାନ ଏବେ ମଧ୍ୟ ବଦଳି ନାହିଁ । ପୂର୍ବ ପରି ଏବେ ମଧ୍ୟ ଶିମ୍ଲା ତାଙ୍କ ପସନ୍ଦର ସ୍ଥାନ ହୋଇ ରହିଛି ।
ସେହି ପୁରୁଣା ଦିନକୁ ମନେ ପକାଇବା ପାଇଁ ଆଜି ମୋଦି ଯାଇ ପହଞ୍ଚିଥିଲେ ଶିମ୍ଲାର ମଲ୍ରୋଡ଼ରେ ଥିବା ଇଣ୍ଡିଆନ କଫି ହାଉସରେ । ସେଠାରେ କଫି ପିଇବା ସହ ୨୦ ବର୍ଷ ପୂର୍ବର ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ ।
ମୁଁ ଯେତେବେଳେ ପାର୍ଟି କାମରେ ହିମାଚଳ ଆସେ ଏଇଠି ହିଁ କଫି ପିଇଥାଏ । ୨୦ ବର୍ଷ ତଳେ ସେ କଫିର ଯେପରି ସ୍ୱାଦ ଥିଲା ଏବେ ମଧ୍ୟ ସେହିଭଳି ଅଛି । କିଛି ବଦଳି ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
In Shimla, relished coffee at the Indian Coffee House and reminisced old days. The coffee tastes as good as it did two decades ago, when I would frequent Himachal for party work. pic.twitter.com/XOYzlpLc43
— Narendra Modi (@narendramodi) December 27, 2017
ନିଜର ଅନୁଭୁତିକୁ ଲେଖିବା ସହ ନିଜର ଏକ ଫଟୋ ମଧ୍ୟ ଟ୍ଵିଟର ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ସେ ବ୍ରାଉନ ରଙ୍ଗର ହିମାଚଳୀ ଟୋପି ସହ ଉଲ୍ରେ ବୁଣା ଯାଇଥିବା ଏକ େଓ୍ଵଷ୍ଟକୋଟ ପିନ୍ଧି ଥିବା ଦେଖାଯାଇଛି ।
ଏତେ ଦିନ ପରେ ସେଠାକୁ ଯାଇଥିବାରୁ ତାଙ୍କର ପ୍ରଶଂଶକମାନଙ୍କର କ୍ୟାଫେଟେରିଆ ବାହାରେ ଭିଡ଼ ଲାଗିବା ସହ ଅନେକ ତାଙ୍କ ସହ ସେଲ୍ଫି ନେଉଥିବାର ଦେଖାଯାଇଥିଲା । ହିମାଚଳ ପ୍ରଦେଶରେ ନୂଆ ବିଜେପି ସରକାରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ଯାଇଥିବା ଜଣା ପଡ଼ିଛି ।