ଜାଣନ୍ତୁ ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମରେ ହିଂସା କାହିଁକି?

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ (ସିଏବି)-୨୦୧୯କୁ  ରାଷ୍ଟ୍ରପତିଙ୍କ  ମଂଜୁରି ମିଳିସାରିଥିବାରୁ ଏବେ ଏହା ଆଇନରେ ପରିଣତ ହୋଇଛି। ତେବେ ଏହାକୁ ବିରୋଧ କରି ଆସାମରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ମୁତୟନ କରାଯାଇଛି। ସିଏବି ଆଇନରେ ପରିଣତ ହେବା ପରେ ନାଗରିକତାର ନୂଆ ପ୍ରାବଧାନ ଆସାମର ମୂଳ ବାସିନ୍ଦାଙ୍କ ସ୍ବାର୍ଥକୁ କ୍ଷତି ପହଞ୍ଚାଇବ ବୋଲି ଆଶଙ୍କା କରି ଆନ୍ଦୋଳନ ଚାଲିଛି।

freepressjournal.in

ସ୍ଥାନୀୟ ଲୋକଙ୍କ ଯୁକ୍ତି ହେଉଛି ବାଂଲାଦେଶରୁ ଆସିଥିବା ହିନ୍ଦୁମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ମିଳିଲେ ରାଜ୍ୟର ମୂଳ ବାସିନ୍ଦାଙ୍କ ସ୍ବାର୍ଥହାନି ହେବ। ବାଂଲାଦେଶୀ ହିନ୍ଦୁଙ୍କ ସହିତ ରାଜ୍ୟର ସମ୍ବଳ ଓ ସୁଯୋଗର ବଣ୍ଟନ ହେବା ସ୍ଥାନୀୟ ଲୋକେ ଚାହୁନାହାନ୍ତି। ୧୯୮୫ ଆସାମ ଚୁକ୍ତି ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରୁଛନ୍ତି। ଆସାମ ଚୁକ୍ତି ଅନୁଯାୟୀ ୧୯୭୧ ପରେ ଆସିଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଦେଶରୁ ବିଦା କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏସବୁ କାରଣକୁ ନେଇ ଆସାମ ଏବେ ନାଗରିକ ବିଲ୍‌କୁ ବିରୋଧର କେନ୍ଦ୍ରସ୍ଥଳ ପାଲଟିଯାଇଛି।

ସମ୍ବନ୍ଧିତ ଖବର