ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ ସିଏକ୍ୟୁଏମ୍ (ବାୟୁ ମାନ ପରିଚାଳନା କମିସନ)କୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ସିଏକ୍ୟୁଏମ୍ ଆଗୁଆ ପଦକ୍ଷେପ ଗ୍ରହଣ କରିନଥିବାରୁ ଦିଲ୍ଲୀରେ ପ୍ରଦୂଷଣ ସ୍ତର ‘ସାଂଘାତିକ’ ଶ୍ରେଣୀକୁ ଚାଲିଯାଇଛି। ସିଏକ୍ୟୁଏମ୍ର ଏଭଳି ନିଷ୍କ୍ରିୟତା ବିରୋଧରେ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି। ଆସନ୍ତା ସୋମବାର ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଅଗଷ୍ଟାଇନ ଜର୍ଜ୍ ମସିହ ମାମଲାର ଶୁଣାଣି କରିବେ। ବରିଷ୍ଠ ଆଇନଜୀବୀ ଅପରାଜିତା ସିଂହ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ମେନସନ୍ କରିବାପରେ କୋର୍ଟ ସୋମବାର ଉକ୍ତ ମାମଲାର ଶୁଣାଣି କରିବାପାଇଁ ଧାର୍ଯ୍ୟ କରିଛନ୍ତି। ମାମଲାରେ ଆମିକସ୍ କ୍ୟୁରି ଭାବେ କୋର୍ଟଙ୍କୁ ସହଯୋଗ କରୁଥିବା ଆଇନଜୀବୀ ଅପରାଜିତା କହିଛନ୍ତି, ଦିଲ୍ଲୀରେ ବାୟୁ ମାନ ସାଂଘାତିକ ସ୍ତରକୁ ଚାଲିଯାଇଛି। ସିଏକ୍ୟୁଏମ୍ କାହିଁକି ଆଗୁଆ ପଦକ୍ଷେପ ଗ୍ରହଣ କଲାନି ତା’ର ଜବାବ ରଖିବା ଉଚିତ। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ କୋର୍ଟ କହିଥିଲେ, ଏକ ପ୍ରଦୂଷଣ ମୁକ୍ତ ପରିବେଶ ପାଇବା ପ୍ରତି ନାଗରିକଙ୍କର ମୌଳିକ ଅଧିକାର।
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ କାହିଁକି ନିଆଯାଇ ନଥିଲା?
ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ ସିଏକ୍ୟୁଏମ୍ (ବାୟୁ ମାନ ପରିଚାଳନା କମିସନ)କୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ସିଏକ୍ୟୁଏମ୍....
/sambad/media/media_files/OMu0CJz99dU7LrdsEc6O.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)