ଇଟାଲିରେ କାହିଁକି ବାହାହେଲ:ବିଜେପି ଏମ୍‌ ପିଙ୍କ ସମାଲୋଚନା

ଭୋପାଳ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ହିନ୍ଦୀ ଚଳଚ୍ଚିତ୍ର ନାୟିକା ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ କ୍ରିକେଟ ପ୍ରେମୀ ସମେତ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ ବିରାଟଙ୍କ ଦେଶଭକ୍ତି ଉପରେ ପ୍ରଶ୍ନବାଚୀ ଲାଗିଛି। ବିରାଟ ଭାରତରେ ହିଁ କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ ସେ ତାଙ୍କ ବିବାହ ଉତ୍ସବ ଇଟାଲିରେ କାହିଁକି କଲେ ବୋଲି ମଧ୍ୟପ୍ରଦେଶ ଗୁଣାର ବିଜେପି ବିଧାୟକ ପାନ୍ନା ଲାଲ୍‌ ଶଖ୍ୟା ପ୍ରଶ୍ନ କରିଛନ୍ତି। ଭାରତରେ ଏତେ ସୁନ୍ଦର ଓ ସୁରକ୍ଷିତ ସ୍ଥାନ ଥିବା ବେଳେ ବିରାଟ ଇଟାଲିକୁ ପସନ୍ଦ କରିବା ପଛରେ ରହସ୍ୟ କ’ଣ ବୋଲି ପାନ୍ନା ଲାଲ୍‌ ଜାଣିବାକୁ ଚାହିଛନ୍ତି।

ଏହାଦ୍ୱାରା ବିରାଟ ନିଜ ଦେଶ ପ୍ରତି ସମ୍ମାନ ଦେବାରେ ଊଣା କରିଛନ୍ତି ବୋଲି ପାନ୍ନା ଲାଲ ମତ ରଖିବା ସହ ଜନ୍ମମାଟି ଭାରତକୁ ବିରାଟ କ’ଣ ଅଛୁଆଁ ମଣିଲେ ବୋଲି ପ୍ରଶ୍ନ କରିଛନ୍ତି। ଗୁଣାଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ ଅବସରରେ ପାନ୍ନା ଲାଲ୍‌ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଏଇ ଭାରତ ମାଟିରେ ଭଗବାନ ରାମ, ଶ୍ରୀକୃଷ୍ଣ, ଯୁଧିଷ୍ଠିରଙ୍କ ସମେତ ବିକ୍ରମାଦିତ୍ୟଙ୍କ ଭଳି ସମ୍ରାଟ କରିବାକୁ ପସନ୍ଦ କରିନଥିଲେ। କେହି ଜଣେ ବି ଏଥିପାଇଁ ବିଦେଶ ମାଟିକୁ ବାଛିନଥିବା ବେଳେ ବିରାଟଙ୍କ ଏହି କାର୍ଯ୍ୟ ତାଙ୍କ ଦେଶପ୍ରୀତିରେ ଆଞ୍ଚ ଆଣିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର