ଜେନିଭା: ଆସନ୍ତାବର୍ଷ ମଧ୍ୟଭାଗଯାଏଁ କୋଭିଡ୍-୧୯ ନିରୋଧୀ ଟିକାକରଣ ସାର୍ବଜନୀନ ହୋଇ ପାରିବ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମନେକରୁଥିବା କଥା ଶୁକ୍ରବାର ଦିନ ମୁଖପାତ୍ରୀ ମାର୍ଗାରେଟ୍ ହ୍ୟାରିସ୍ କହିଛନ୍ତି। ଟିକାର ଫଳପ୍ରଦତା ଏବଂ ସୁରକ୍ଷା ଆଦିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଉପରେ ଗୁରୁତ୍ବାରୋପ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏ ଭଳି ଆଶାପୋଷଣ କରୁଥିବା କଥା ସେ କହିଛନ୍ତି।
ଜେନିଭା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖପାତ୍ରୀ ମାର୍ଗାରେଟ୍ ହ୍ୟାରିସ୍ କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ, ଉନ୍ନତ ନୈଦାନିକ ପରୀକ୍ଷା ଶେଷ ହୋଇଥିବା ଗୋଟିଏ ହେଲେ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ୍ ଏପର୍ଯ୍ୟନ୍ତ ଅନ୍ୟୂନ ୫୦% ସ୍ତରଯାଏଁ ଫଳପ୍ରସୂ ହୋଇଥିବାର ସ୍ପଷ୍ଟ ସଙ୍କେତ ନାହିଁ। ତେଣୁ, ଆସନ୍ତାବର୍ଷ ମଧ୍ୟ ଭାଗ ପର୍ଯ୍ୟନ୍ତ ସାର୍ବଜନୀନ ଟିକାକରଣ ସତରେ ଆମେ ଦେଖିବୁ ବୋଲି ଆଶା କରୁନାହୁଁ।
Image Courtesy of BigNews Networkନିର୍ଦ୍ଦିଷ୍ଟ କୌଣସି ଟିକାର ନାଁ ନ ଧରି ହ୍ୟାରିସ୍ କହିଲେ, ତୃତୀୟ ପର୍ଯ୍ୟାୟ ପରୀକ୍ଷା ଦୀର୍ଘ ସମୟ ଧରି ଚାଲିବା ଉଚିତ। କାରଣ, ଟିକା କେତେ ସୁରକ୍ଷାପ୍ରଦାୟୀ ଓ କେତେ ନିରାପଦ ଆମେ ଦେଖିବା ଆବଶ୍ୟକ। କରାଯାଉଥିବା ପରୀକ୍ଷାର ସମସ୍ତ ତଥ୍ୟ ଆଦାନପ୍ରଦାନ କରାଯାଇ ତୁଳନା କରାଯିବା ଉଚିତ। ଅନେକ ଲୋକ ଟିକା ନେଇଛନ୍ତି। କିନ୍ତୁ, ଟିକା କାମ କରୁଛି କି, ନାହିଁ ଆମେ ଜାଣନ୍ତି ନାହିଁ। ଟିକାର ଫଳପ୍ରଦତା ଏବଂ ସୁରକ୍ଷା ସ୍ତର ସମ୍ବନ୍ଧରେ ଏ ସମୟରେ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/vaccine.jpg)