କୋଲକାତା: ‘ଯଦି ଘର ଚଳେଇପାରୁନ କି ମତେ ପୋଷି ପାରୁନ କିମ୍ବା ମୋ ଝିଅର ପାଠପଢା ପାଇଁ ଖର୍ଚ୍ଚ କରିପାରୁନ ଆଉ ତା ବାହାଘର ପାଇଁ ଟଙ୍କା ରଖୁନ ତାହାଲେ ନିଜ କିଡନୀ ବିକିଦେଉନ । ବାହା ହେଇଥିଲ କଣ ପାଇଁ... ପୋଷିବାର ଯଦି କ୍ଷମତା ନାହିଁ ତାହାଲେ ନିଜ କିଡନୀ ବିକି ଆମକୁ ଚଳାଅ... ଯାହା କର ମତେ ୧୦ ଲକ୍ଷ ଟଙ୍କା ଦରକାର । କିଡନୀ ବିକି ୧୦ ଲକ୍ଷ ଟଙ୍କା ଶୀଘ୍ର ଦିଅ’...
ସ୍ତ୍ରୀର ଏମିତି କଥାରେ କେବେ କେବେ ଭାଙ୍ଗି ପଡନ୍ତି ସ୍ବାମୀ ଆଉ ନିଷ୍ପତ୍ତି ନିଅନ୍ତି ନିଜ କିଡନୀ ବିକି ଘରର ପରିସ୍ଥିତି ସୁଧାରିବାକୁ । ହେଲେ କିଡନୀ ବିକ୍ରି ପାଇଁ କୌଣସି ଲୋକ ମିଳନ୍ତିନି ମାତ୍ର କିଛି ମାସ ସନ୍ଧାନ କରିବା ପରେ ଜଣେ ଲୋକ ମିଳନ୍ତି ଯାହାକୁ କିଡନୀ ଦରକାର ହୁଏ ଏବଂ ଉକ୍ତ ବ୍ୟକ୍ତିଙ୍କୁ ସେ ବିକ୍ରି କରନ୍ତି । ସ୍ତ୍ରୀର ଏମିତି କଥା ଆଉ ସହିପାରିଲେନି ସ୍ବାମୀ ନିଜ କିଡନୀକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରନ୍ତି ଏବଂ ନିଜ ଘରର ଲୋନ ସହ ଆବଶ୍ୟକତା ପୂରଣ କରି ସ୍ଥିତିକୁ ସୁଧାରନ୍ତି । ଝିଅର ପାଠପଢା ପାଇଁ ଖର୍ଚ୍ଚ କରନ୍ତି ଏବଂ ତା ବାହାଘର ପାଇଁ ବି ଟଙ୍କା ରଖନ୍ତି । ହେଲେ ଏତିକି ବେଳେ ସ୍ବାମୀର କିଡନୀ ବିକା ବଳକା ଟଙ୍କା ନେଇ ନିଜ ପ୍ରେମିକ ସହ ଫେରାର ହୋଇଯାଏ ପତ୍ନୀ । ଫେସବୁକରେ ପରିଚୟ ପରେ ପ୍ରେମରେ ପଡିଥିବା ପତ୍ନୀ ନିଜ ଫେସବୁକ ପ୍ରେମିକର କଥାରେ ନିଜ ସ୍ବାମୀକୁ କିଡନୀ ବିକି ଟଙ୍କା ଆଣିବାକୁ କୁହେ ଏବଂ ତାପରେ ସେମାନେ ସେହି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ବୋଲି କିଡନୀ ବିକିଥିବା ବ୍ୟକ୍ତିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତେବେ ଦିନେ ପରିବାର ଏବଂ ନିଜ ୧୦ ବର୍ଷର ଝିଅ ସହ ଉକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀ ରହୁଥିବା ଘରକୁ ଗଲେ ଏବଂ କବାଟ ବାଡେଇଲେ ହେଲେ ସେ ହାଲକା କବାଟ ଖୋଲି ସ୍ବାମୀଙ୍କୁ ଗାଳିଗୁଲଜ କଲେ ଏବଂ ଛାଡପତ୍ର ଦେବାର ଧମକ ଦେଲେ । ମହିଳା ଜଣଙ୍କ ନିଜ ପ୍ରେମିକ ସହ ସେ ରୁମରେ ଥିବା ନେଇ ସ୍ବାମୀ ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଏଭଳି ଚାଞ୍ଚଲ୍ୟଭରା ଖବର ଆସିଛି ହାୱଡା ଶଙ୍କରାଇଲ ଅଞ୍ଚଳରୁ । ଆଉ ଏହି ଖବର ଯିଏ ଶୁଣୁଛି ସ୍ବାମୀ-ସ୍ତ୍ରୀ ଭିତରେ ଥିବା ସଂପର୍କକୁ ନିନ୍ଦା କରିବା ସହ ସ୍ତ୍ରୀର ଏମିତି ବ୍ୟବହାରକୁ ଛି ଛାକର କରୁଛି ।