କରୋନା ସଙ୍କଟ ସମୟରେ ସ୍ବାମୀ ଅକ୍ସିଜେନ ଅଭାବରୁ ଛଟପଟ ହେଉଥିବା ବେଳେ ସ୍ତ୍ରୀ ମୁହଁରେ ମୁହଁ ଲଗାଇ ବଞ୍ଚାଇବାକୁ କରୁଛନ୍ତି ଉଦ୍ୟମ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ପ୍ରତିଦିନ ଯେଭଳି ଦୃଶ୍ୟ ବା ଘଟଣା ସାମ୍ନାକୁ ଆସୁଛି ତାହାକୁ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି। କରୋନା ଶଙ୍କଟ ସହିତ ଅକ୍ସିଜେନ ଅଭାବର ଭୟାବହସ୍ଥିତି ଛାତି ଥରାଇ ଦେଉଛି। ସଙ୍ଗେସଙ୍ଗେ ମୁଖରୁ ବାହାରି ପଡ଼ୁଛି, ‘ହେ ଭଗବାନ ଏ କ‌ରୋନା ଶଙ୍କଟରୁ ଶୀଘ୍ର ଉଦ୍ଧାର କର।’

ନିକଟରେ ଉତ୍ତରପ୍ରଦେଶର ଆଗ୍ରା ସହରରୁ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋକୁ ଯିଏ ଦେଖୁଛନ୍ତି ସେ ଦୀର୍ଘ ନିଶ୍ବାସ ଛାଡ଼ି କହୁଛନ୍ତି, ପ୍ରଭୁ ସବୁକିଛି ପୂର୍ବଭଳି ସ୍ବାଭାବିକ କରିଦିଅ। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ରେଣୁ ସିଙ୍ଘଲ ନାମକ ଜଣେ ମହିଳା କରୋନା ଆକ୍ରାନ୍ତ ତାଙ୍କ ସ୍ବାମୀ ରବି ସିଙ୍ଘଲଙ୍କୁ କୋଳରେ ଧରିଛନ୍ତି। ଆଉ ମୁହଁରେ ମୁହଁ ଲଗାଇ କୁତ୍ରିମ ନିଶ୍ବାସ ଦେବାର ପ୍ରୟାସ କରୁଛନ୍ତି।

 

ତେବେ ରବିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେବେ ବେଡ ଅଭାବରୁ ରବିଙ୍କୁ ହସ୍ପିଟାଲରେ ସ୍ଥାନ ମିଳି ନଥିଲା। ଶେଷର ଛଟପଟ ହୋଇ ହସ୍ପିଟାଲ ବାହାରେ ରବିଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର