ପ୍ରେମିକା ସହ ସ୍ବାମୀ ଦୋସା ଖାଉଥିବାର ଦେଖି ପୁଲିସରେ ଅଭିଯୋଗ କଲା ପତ୍ନୀ, ଅଭିଯୋଗ ପରେ ପୁଲିସ ନେଲା ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ପ୍ରେମିକା ସହ ସ୍ବାମୀ ଦୋସା ଖାଉଥିବାର ଦେଖି ପୁଲିସରେ ଅଭିଯୋଗ କଲା ପତ୍ନୀ। ହେଲେ ଅଭିଯୋଗ ପରେ ପୁଲିସ ଯେଉଁ ଦଣ୍ଡ ଦେଇଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବନ୍ଦା ଜିଲ୍ଲାରେ। ସ୍ବାମୀକୁ ଅନ୍ୟ ମହିଳା ସହ ଦୋସା ଖାଉଥିବାର ଦେଖି ପତ୍ନୀ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଏତଲା ରଖିନଥିବା ଜଣାପଡ଼ିଛି। ଏତଲା ନରଖି ସ୍ବାମୀକୁ ପୁଲିସ ତାଗିଦ କରି ଛାଡ଼ିଥିବା ଖବର ସାମ୍ନାକୁ ଆସିଛି।

Dosa: Gluten Free Indian Crepe with Coconut Chutney from the Chef at Park  Hyatt Goa - Honest Cooking
Honest Cooking

ପୁଲିସର କହିବା ମୁତାବକ, ଅଭିଯୋଗ କରିଥିବା ମହିଳାଙ୍କ ସ୍ବାମୀ ମଙ୍ଗଳବାର ନିଜ ପ୍ରେମିକାଙ୍କୁ ମନ୍ଦିର ବୁଲାଇ ନେବା ସହ ଦୋସା ଖାଇବାକୁ ଦେଇଥିଲେ। ଦୁହେଁ କାରରେ ବସି ଦୋସା ଖାଉଥିବା ବେଳେ ମହିଳାଜଣଙ୍କ ନିଜ ଭାଇ ସହ ଯାଇ ସେଠାରେ ପହଞ୍ଚିଥିଲେ। ଏହା ପରେ ଦୁହିଁଙ୍କୁୁ ନେଇ ଏତଲା ଲେଖାଇବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସ୍ବାମୀଙ୍କର ଅନେକ ମହିଳାଙ୍କ ସହ ସଂପର୍କ ଥିବା ନେଇ ପତ୍ନୀ ଅଭିଯୋଗ କରିଥିବା ବେଳେ ସ୍ବାମୀ କୌଣସି ଉତ୍ତର ଦେଇନଥିଲେ। ପାରିବାରିକ କଳି ଥିବାରୁ ପୁଲିସ ଏତଲା ନଲେଖି ମହିଳାଙ୍କ ସ୍ବାମୀଙ୍କୁ ତାଗିଦ କରି ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର