ନୂଆଦିଲ୍ଲୀ: ଆମ ଦେଶରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ପବିତ୍ର ବୋଲି ବିବେଚନା କରାଯାଏ। ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ ରହିବା ଗୁରୁତ୍ୱପୂର୍ଣ୍ଣ । ଆମ ସଂସ୍କୃତିରେ ସ୍ବାମୀଙ୍କ ଜୀବନ ରକ୍ଷା କରିବା ପାଇଁ ସ୍ତ୍ରୀ ଯମରାଜଙ୍କ ସହ ଲଢ଼ି ଯିବାର କାହାଣୀ ଅଛି। ସତୀ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କ ଜୀବନ ରକ୍ଷା ପାଇଁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ।

Advertisment

କେରଳରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ରମେଶନ(୬୪)ନାମକ ଜଣେ ବ୍ୟକ୍ତି ଘର ପାଖ‌ରେ କାମ କରୁଥିବା ସମୟରେ ହଠାତ ୪୦ ଫୁଟ ଗଭୀର କୂଅରେ ପଡ଼ିଯାଇ ଅଚେତ ହୋଇ ଯାଇଥିଲେ। ତେଣୁ ତାଙ୍କୁ ଦୌଡ଼ି ପକାଇ ଉଦ୍ଧାର କରିବା ସମ୍ଭବ ନଥିଲା। ତେଣୁ ସ୍ତ୍ରୀ ପଦ୍ମା (୫୪) ଏ ପରିସ୍ଥିତି ଦେଖି ନିଜ ଜୀବନ କଥା ଚିନ୍ତା ନକରି  ଦୌଡ଼ି ସାହାଯ୍ୟରେ କୂଅ ଭିତରକୁ ଓହ୍ଲାଇ ଯାଇଥିଲେ ।

ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ଯେ ପର୍ଯ୍ୟନ୍ତ ପହଞ୍ଚି ନଥିଲେ ସେ ପର୍ଯ୍ୟନ୍ତ ପଦ୍ମା କୂଅ ଭିତରେ ତାଙ୍କ ସ୍ୱାମୀଙ୍କ ହାତ ସେମିତି ଧରି ରହିଥିଲେ। ଯେତେ କଷ୍ଟ ହୋଇଥିଲେ ସୁଦ୍ଧା ସେ ସ୍ବାମୀଙ୍କୁ ପାଣି ଭିତରେ ବୁଡ଼ିବାକୁ ଦେଇ ନଥିଲେ।  

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ କୂଅ ଭିତରୁ ସୁରକ୍ଷିତ ଭାବରେ ବାହାର କରିଥିଲେ।

ଅଗ୍ନିଶମ ବିଭାଗ ଅଧିକାରୀମାନେ କହିଛନ୍ତି ଯେ ରମେଶନଙ୍କର ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲା। କୂଅରେ ପଡ଼ିଯିବାରୁ ସେ ପ୍ରାୟ ଚେତାଶୂନ୍ୟ ହୋଇଯାଇଥିଲେ । ପଦ୍ମା ତାଙ୍କ ସ୍ୱାମୀ ରମେଶନଙ୍କୁ ବଞ୍ଚାଇବା ପାଇଁ କୁଅ ଭିତରେ ପଶି ହାତକୁ ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଜାବୁଡ଼ି ଧରି ରଖିଥିଲେ। ଯାହାଫଳରେ ରମେଶନ କୂଅ ପାଣିରେ ବୁଡ଼ି ନଥିଲେ।  ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାର କର୍ମଚାରୀମାନେ କୂଅ ଭିତରୁ ଦମ୍ପତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।