ରାୟପୁର: ଛତିଶଗଡର ଭିଲାଇରେ ଜଣେ ମହିଳା ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି |କାରଣ ତାଙ୍କ ସ୍ୱାମୀ ତାଙ୍କୁ ରିଲସ ଦେଖିବା ପାଇଁ ମନା କରିଦେଇଥିଲେ ଏବଂ ମୋବାଇଲକୁ ଛଡ଼ାଇ ନେଇଥିଲେ। ଏଥିରେ ରାଗିଯାଇ ମହିଳା ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ମହିଳା ଜଣକ ରିଲସ ତିଆରି କରି ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ୍ କରୁଥିଲେ। ସେ ଅଧିକାଂଶ ସମୟ ରିଲ୍ ଦେଖିବା ଏବଂ ତିଆରି କରିବାରେ ବିତାଉଥିଲେ | ଆଉ ଏନେଇ ସ୍ୱାମୀ ମନା କରିବାରୁ ସେ ଆତ୍ମହତ୍ୟା କରିଥିବାର ଜଣାପଡିଛି | ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ କହିଛି ଯେ ଦୁହେଁ ୬ ବର୍ଷ ପୂର୍ବେ ବିବାହ କରିଥିଲେ। ସୁପେଲା ନିବାସୀ ଭୁପେନ୍ଦ୍ର ସାହୁଙ୍କ ପତ୍ନୀ ରଚନା ସାହୁ (୩୦) ଶୁକ୍ରବାର ସନ୍ଧ୍ୟାରେ ନିଜ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କ ଏକ ଝିଅ ମଧ୍ୟ ଅଛି। ସୂଚନା ଅନୁଯାୟୀ, ରଚନା ସାହୁ ଅଧିକାଂଶ ସମୟରେ ରିଲସ ତିଆରି କରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରୁଥିଲେ। ତାଙ୍କର ଅଧିକାଂଶ ସମୟ ଏହି କାର୍ଯ୍ୟରେ ଅତିବାହିତ ହୋଇଥିଲା | ସେ ଘର କାମ ପ୍ରତି ଧ୍ୟାନ ଦେଇନଥିଲେ।

ଶୁକ୍ରବାର ଦିନ ସ୍ୱାମୀ ଘରେ ପହଞ୍ଚିବା ବେଳେ ତାଙ୍କ ପତ୍ନୀ ରଚନା ସାହୁ ରିଲସ ଦେଖୁଥିଲେ, ଯେଉଁଥିପାଇଁ ସ୍ୱାମୀ ତାଙ୍କୁ ଗାଳି ଦେଇଥିଲେ ଏବଂ ରିଲ ଦେଖିବା ପାଇଁ ବାରଣ କରିଥିଲେ। ସେ ମୋବାଇଲକୁ ଛଡ଼ାଇ ନେଇଥିଲେ। ପତ୍ନୀ ଏଥିରେ ରାଗିଯାଇ ଆତ୍ମହତ୍ୟା କରିଦେଇଥିଲେ । ଯେତେବେଳେ ଲୋକମାନେ ଦେଖିଲେ ଯେ ଭିତର ପଟୁ କବାଟ ବନ୍ଦ ଅଛି, ସ୍ୱାମୀଙ୍କୁ ସୂଚନା ଦିଆଗଲା ଏବଂ କବାଟ ଭାଙ୍ଗିବା ପରେ ସେମାନେ ଦେଖିଲେ ଯେ ମହିଳା ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।